କୋଇଲା ପରିବହନ ଭଡା ବୃଦ୍ଧିକୁ ନେଇ ଟ୍ରାନ୍ସପୋର୍ଟର ଓ କଂପାନୀ ମୁହାଁମୁହିଁ

କୋଇଲା ପରିବହନ ଭଡା ବୃଦ୍ଧିକୁ ନେଇ ଟ୍ରାନ୍ସପୋର୍ଟର ଓ କଂପାନୀ ମୁହାଁମୁହିଁ

କନକ ବ୍ୟୁରୋ : କୋଇଲା ପରିବହନ ଭଡା ବୃଦ୍ଧିକୁ ନେଇ ଗାଡି ମାଲିକ ଓ ଟ୍ରାନ୍ସପୋର୍ଟର ମୁହାଁମୁହିଁ । ୮ ଘଂଟା ସୁନ୍ଦରଗଡ଼ ବଣାଇ ଥାନା ଘେରାଉ କଲେ ଟ୍ରକ୍ ମାଲିକ । ଗତ ସାତ ବର୍ଷ ହେବ ଟ୍ରକ ମାଲିକମାନେ ପୁରୁଣା ଦରରେ କୋଇଲା ପରିବହନ କରୁଛନ୍ତି । ଭଡା ବୃଦ୍ଧି ଦାବି କରି ପୂର୍ବରୁ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ଟ୍ରାନ୍ସପେର୍ଟର ଏବଂ ଗାଡି ମାଲିକଙ୍କ ବୈଠକ ହୋଇଥିଲା । ୨୪ ଘଂଟା କୋଇଲା ପରିବହନ ବନ୍ଦ ମଧ୍ୟ କରାଯାଇଥିଲା । ଏହା ପରେ ବି ଭଡା ବୃଦ୍ଧି ନହେବାରୁ ଗତକାଲି ଗାଡି ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ତଥାପି ଭଡା ବୃଦ୍ଧି ନହେବାରୁ ଗତକାଲି ଗାଡିମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଜନୈକ ଟ୍ରାନ୍ସପୋର୍ଟରଙ୍କ ଅଫିସକୁ ଯାଇ ଗାଡିମାଲିକ ମାନେ ପାଟିତୁଣ୍ଡ କରିବା ପରେ ଏହି ମାମଲା ଆସି ଥାନାରେ ପହଚିଂଥିଲା । ଗାଡିମାଲିକଙ୍କ ବିରୁଦ୍ଧରେ ଜନୈକ ଟ୍ରାନ୍ସପୋର୍ଟର ଲିଖିତ ଅଭିଯୋଗ କରିବା ପରେ ଗାଡିମାଲିକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ରତର ହୋଇଥିଲା ଏବଂ ଗାଡିମାଲିକମାନେ ନିର୍ଦ୍ଧାରିତ ସରକାରୀ ଭଡା ସହିତ ଟ୍ରକମାଲିକ ସଂଘକୁ ପୁଣି କାର୍ଯ୍ୟକ୍ଷମ କରାଯିବା ଏବଂ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଅନୁସାରେ ସମସ୍ତ ଗାଡିକୁ ଲୋଡିଂ ଦିଆଯିବା ଆଦି ଦାବୀ ନେଇ ସଂପୃକ୍ତ ଟ୍ରାନ୍ସପୋର୍ଟରଙ୍କ ପ୍ରତିକ୍ରିୟା ଚାହିଁ ଦୀର୍ଘ ଆଠ ଘଣ୍ଟା କାଳ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ସମୟରେ ଗାଡି ମାଲିକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ତେବେ ଗାଡିମାଲିକ ଏବଂ ଟ୍ରାନ୍ସପୋର୍ଟରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ବିଳମ୍ବିତ ରାତିଯାଏ ଗାଡିମାଲିକମାନେ ଥାନାରେ ଧାରଣା ଦେଇଥିଲେ । କୌଣସି ନିର୍ଜାସ ବାହାରିନଥିବା ବେଳେ କିଛି ହାତ ଗଣତି ଟ୍ରାନ୍ସପୋର୍ଟରଙ୍କ ଯୋଗୁଁ ସୁନ୍ଦରଗଡର ଅର୍ଥନୀତି ଭୁଶୁଡି ପଡୁଥିବା ଗାଡି ମାଲିକମାନେ ଅଭିଯୋଗ କରିଥିବା ବେଳେ ପୋଲିସ କିମ୍ବା ଟ୍ରାନ୍ସପୋର୍ଟରଙ୍କ ପ୍ରତିକ୍ରିିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe