ୟୁପିଏସସି ପରୀକ୍ଷା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଭର ଏଜ୍ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

132

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଓଭୟ ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ ।

ସୂଚନା ଥାଉକି ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ବେଳେ ପରୀକ୍ଷା ଦେଇଥିବା ଓଭର ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । କହିରଖୁ କି ଫେବୃଆରୀ ୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଭର ଏଜ୍ ପ୍ରାର୍ଥୀଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଥିଲେ । ତେବେ ସେତେବେଳେ ବି କେନ୍ଦ୍ରସରକାର ବୟସ ସୀମାକୁ ନେଇ ସର୍ତ୍ତ ରଖିଥିଲେ । ଏନେଇ ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ବୟସ ରିହାତି ପାଇଁ ଫେବୃଆରୀ ୯ ତାରିଖରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏହି ଆବଦେନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ଏ.ଏମ୍ ଖାନିୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ।

ଜାନୁଆରୀ ୨୫ ତାରିଖରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଓଭର ଏଜ୍ ପ୍ରାର୍ଥୀଙ୍କୁ ସୁଯୋଗ ପ୍ରଦାନ ପାଇଁ କୋର୍ଟ ପକ୍ଷରୁ ମୌଖିକ ଭାବେ ପରାମର୍ଶ ଦିଆଯାଇଥିଲା ।