ରବିବାରରେ ଭାରତର କରୋନା ମିଟର: ୨୪ ଘଂଟାରେ ୮୫୩ ମୃତ, ଗୋଟିଏ ଦିନରେ ଦେଶରେ ୫୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

୧୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

134

କନକ ବ୍ୟୁରୋ: ଦେଶରେ ଉପର ମୁହାଁ କରୋନା ମିଟର । ଆକ୍ରାନ୍ତ ସଂଖ୍ୟା ଟପିଲା ୧୭ ଲକ୍ଷ । ଗତ ୨୪ ଘଂଟାରେ ୫୪ ହଜାର ୭୩୬ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୪ରେ ପହଁଚିଛି । ସେହିପରି ୨୪ଘଂଟାରେ କରୋନା ଭୂତାଣୁ ସଂକ୍ରମିତ ହୋଇ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି ।

୮୫୩ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୫ ଲକ୍ଷ ୬୭ ହଜାର ୭୩୦, ସାରାଦେଶରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୪୫ ହଜାର ୬୨୯ କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.