କନକ ବ୍ୟୁରୋ: ଦେଶରେ ଉପର ମୁହାଁ କରୋନା ମିଟର । ଆକ୍ରାନ୍ତ ସଂଖ୍ୟା ଟପିଲା ୧୭ ଲକ୍ଷ । ଗତ ୨୪ ଘଂଟାରେ ୫୪ ହଜାର ୭୩୬ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୪ରେ ପହଁଚିଛି । ସେହିପରି ୨୪ଘଂଟାରେ କରୋନା ଭୂତାଣୁ ସଂକ୍ରମିତ ହୋଇ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି ।
୮୫୩ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୫ ଲକ୍ଷ ୬୭ ହଜାର ୭୩୦, ସାରାଦେଶରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୪୫ ହଜାର ୬୨୯ କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/6.jpg)