ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର: ଦିନକରେ ୫୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୬୩୦ ମୃତ; ୬୭ ହଜାର ଆକ୍ରାନ୍ତ ସୁସ୍ଥ ହେବା ପରେ ଦେଶରେ ସୁସ୍ଥ ସଂଖ୍ୟା ଟପିଲା ୭୦ ଲକ୍ଷ

124

କନକ ବ୍ୟୁରୋ: ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । କରୋନା ସଂକ୍ରମଣ ମାମଲା ଦେଶରେ କମିବାର ଲାଗିଛି । ସେହିପରି ସୁସ୍ଥ ହାର ମଧ୍ୟ ୭୦ଲକ୍ଷ ଟପିଛି । ଗତ ୨୪ଘଂଟାରେ ଦେଶରେ ୫୩ ହଜାର ୩୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଂଚିଛି । ସେହିପରି ୨୪ ଘଂଟାରେ ୬୫୦ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୭ ହଜାର ୯୫୬ରେ ପହଂଚିଛି । ୭୦ ଲକ୍ଷ ୧୬ ହଜାର ୪୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ ସଂକ୍ରମିତ ଅଛନ୍ତି ୬ଲକ୍ଷ ୮୦ ହଜାର ୬୮୦ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ସେପଟେ କୋଭିଡ ଟିକା ଆସୁଛି, ତେଣୁ ଶୀଘ୍ର ତାଲିକା ପ୍ରସ୍ତୁତ କର । ଏଭଳି ମର୍ମରେ ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଲେଖାଯାଇଛି କୋଭିଡ ଭ୍ୟାକସିନ୍ ଖୁବ୍ଶୀଘ୍ର ଆସିଯାଇପାରେ, ଏବଂ କେନ୍ଦ୍ର ସରକାର ଏଥିପାଇଁ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି । ଅଗ୍ରାଧିକାର ଭିତିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏବଂ ଅନ୍ୟ ସ୍ୱାସ୍ଥ୍ୟୃକର୍ମୀଙ୍କୁ ଦିଆଯିବ । କିନ୍ତୁ କୋଭିଡ ଟିକା କେବେ ଆସିବ, ଏହି ମୂଳପ୍ରଶ୍ନର ଉତର ଏଯାଏଁ ଆସିନାହିଁ । ଆମେରିକା ନିର୍ବାଚନ ପ୍ରଚାରରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କିଛି ସପ୍ତାହ ମଧ୍ୟରେ ଟିକା ଆସିବ । ବିହାର ନିର୍ବାଚନରେ ଘୋଷଣାପତ୍ର ଜାରି କରି ବିଜେପି କହିଛି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ।