ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ଓଟ ମରା ଅଭିଯାନ : ୫ ଦିନରେ ମଲେଣି ୫ ହଜାର ଓଟ ।

ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ଓଟ ମରା ଅଭିଯାନ : ୫ ଦିନରେ ମଲେଣି ୫ ହଜାର ଓଟ ।

ଦୁର୍ଭିକ୍ଷ ପ୍ରପୀଡ଼ିତ ଅଷ୍ଟ୍ରେଲିଆରେ ଏବେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ସଙ୍କଟରୁ ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗତ ପାଞ୍ଚ ଦିନ ମଧ୍ୟରେ ଅଷ୍ଟ୍ରେଲିଆର ଶିକାରୀମାନେ ହେଲିକପ୍ଟରରେ ବସି ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମି ଛାଡ଼ି ଜଳ ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସିଥିବା ୫ ହଜାରରୁ ଉର୍ଦ୍ଧ ଓଟଙ୍କୁ ଆକାଶ ପୃଷ୍ଠରୁ ଗୁୁଳିକରି ହତ୍ୟା କରି ସାରିଲେଣି।

publive-image

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ଦୁର୍ଭିକ୍ଷ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ଜଙ୍ଗଲରେ ଓଟଙ୍କ ସଂଖ୍ୟାରେ ଆଶାତୀତ ଭାବେ ବୃଦ୍ଧି ଦେଶରେ ପାନୀୟ ଜଳ ସମସ୍ୟାକୁ ଆହୁରି ଉତ୍କଟ କରିଛି। ଓଟମାନେ ଅଧିକ ପାଣି ପିଇ ଯାଉଥିବାରୁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ିଯାଇଛି। ଏହି କାରଣ ପାଇଁ ଓଟ ମାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ମରୁଭୂମି ଅଞ୍ଚଳରେ ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦ ହଜାର ଜଙ୍ଗଲୀ ଓଟଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ଗତ ପାଞ୍ଚଦିନ ତଳୁ ଆରମ୍ଭ ହୋଇଥିବା ଏହି ଓଟମରା ଅଭିଯାନରେ ପେସାଦାର ସୁଟରମାନେ ହେଲିକପ୍ଟଟରୁ ଓଟମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହାବାଦ୍ ଏବେ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁପକ୍ଷୀ ପୋଡ଼ି ଛାରଖାର ହୋଇଯାଇଛନ୍ତି। ଏପରି ପରିସ୍ଥିତିରେ ସରକାର ଜଙ୍ଗଲୀ ଓଟଙ୍କୁ ହତ୍ୟା କରିବାକୁ ଯାଉଥିବା ଖବର ବିଶ୍ୱବ୍ୟାପୀ ପଶୁପ୍ରେମୀଙ୍କୁ ବିସ୍ମିତ ଓ ବ୍ୟଥିତ କରିଛି।
ଅଷ୍ଟ୍ରେଲିଆର ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଅଭିଯୋଗ ହେଉଛି ଯେ ଜଙ୍ଗଲୀ ଓଟ ପାଣି ଖୋଜି ଖୋଜି ସେମାନଙ୍କ ବସତି ଆଡ଼କୁ ଚାଲିଆସୁଛନ୍ତି ଏବଂ ତାଙ୍କ ସମ୍ପତ୍ତି ନଷ୍ଟ କରୁଛନ୍ତି। ଓଟମାନେ ଏତେ ମାତ୍ରାରେ ପାଣି ପିଉଛନ୍ତି ଯେ, ପାଣିର ସମସ୍ୟା ଦେଖା ଦେଇଛି। ସ୍ଥାନୀୟ ଆଦିବାସୀଙ୍କ ଅଭିଯୋଗ ପରେ ସରକାର ଓଟକୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆରେ ଏବେ ପ୍ରାୟ ୧୦ ଲକ୍ଷ ଜଙ୍ଗଲୀ ଓଟ ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe