ଏମିତି ଖୋଲିଲା ୫ ଶହ କର୍ମଚାରୀଙ୍କ ଭାଗ୍ୟ, କିଛି କ୍ଷଣରେ ହୋଇଗଲେ କୋଟିପତି

247

କନକ ବ୍ୟୁରୋ : ବିଜନେସ୍ ସଫ୍ଟୱେୟାର ଫାର୍ମ ଫ୍ରେସୱାର୍କସ ଇଙ୍କ୍ ବୁଧବାର ଦିନ ଚେନ୍ନାଇ ୟୁଏସ ଏକ୍ସଚେଞ୍ଜ (ନାସଡେକ) ଏବଂ ସିଲିକନ୍ ଭ୍ୟାଲି ଆଧାରିତ କମ୍ପାନର ନାସଡେକରେ ଏକ ବ୍ୟାଙ୍ଗ ଏଣ୍ଟ୍ରି କରିଛି । ଏହା ଫଳରେ କମ୍ପାନୀର ୫୦୦ କର୍ମଚାରୀ ରାତା ରାତି କୋଟିପତି ହୋଇଯାଇଛନ୍ତି । ସବୁଠାରୁ ବଡକଥା ଯେ କୋଟିପତି ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୭୦ ଜଣ କର୍ମଚାରୀଙ୍କ ବୟସ ୩୦ ବର୍ଷରୁ କମ୍ ଅଟେ । ନାସଡେକରେ ତାଲିକାଭୂକ୍ତ ହେବାକୁ ଥିବା ଏହା ଭାରତର ପ୍ରଥମ ସଫ୍ଟୱେୟାର ଏଜ୍ ସେବା (ସାସ୍)ୟୁନିକର୍ଣ୍ଣ କମ୍ପାନୀ । ଗିରିଶ ମ୍ୟାଥୁଟର ଏହି କମ୍ପାନୀରେ ୪ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି ।

ସୂଚନା ମୁତାବକ କମ୍ପାନୀର ସେୟାର ନାସଡେକ ଇଣ୍ଡେକ୍ସରେ ନିଜର ଇସ୍ୟୁ ପ୍ରାଇସ ୨୧ ପ୍ରତିଶତ ଉପରେ ୩୬ ଡଲାର ମୂଲ୍ୟରେ ଏଣ୍ଟ୍ରି କରିଛି । ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ ୧୨ ଆରବ ଡଲାର ଉପରେ ପହଂଚିଛି । ଏବେ କମ୍ପାନୀର ୭୬ ପ୍ରତିଶକ କର୍ମଚାରୀଙ୍କ ନିକଟରେ ଫ୍ରେସୱାକର୍ସଙ୍କର ସେୟାର ରହିଛି । ଫ୍ରେସ ୱାକର୍ସର ସିଇଓ ଗିରିଶ ମାତୃଭୂତମ ତାଲିକା ମାଧ୍ୟମରେ କର୍ମଚାରୀଙ୍କ ପାଇଁ ଟଙ୍କା ରୋଜଗାର ଉପରେ କହିଛନ୍ତି କି ‘ମୁଁ ପ୍ରକୃତରେେ ଖୁସି ଓ ଗର୍ବିତ, ଏହି ଆଇପିଓ ଏପର୍ଯ୍ୟନ୍ତ ମୋତେ ଓ ଫ୍ରସ ୱାର୍କସର ସମସ୍ତ କର୍ମଚାରୀଙ୍କ ପ୍ରତି ମୋର ଦାୟିତ୍ୱ ବହନ କରିବାର ସୁଯୋଗ ଦେଇଛି । ଯେଉଁମାନେ ଦୀର୍ଘ ୧୦ ବର୍ଷ ହେବ ଆମ ଉପରେ ବିଶ୍ୱାସ କରିଛନ୍ତି ଏବଂ ଫ୍ରେସ ୱାର୍କସରେ ଯୋଗାଦାନ କରିଛନ୍ତି ଏବେ ସେମାନଙ୍କ ସୁଯୋଗ ସୃଷ୍ଟି ହୋଇଛି ।’