ବର୍ଷା କରୁଛି କଲବଲ । ବାହ୍ୟ ଜଗତଠୁ ବିଛିନ୍ନ ହେଲେ ୫୦ରୁ ଅଧିକ ପରିବାର, ଆସୁଥିବା ଲଘୁଚାପକୁ ନେଇ ପୁଣି ବଢିଲା ଚିନ୍ତା 

Advertisment
ବର୍ଷା କରୁଛି କଲବଲ । ବାହ୍ୟ ଜଗତଠୁ ବିଛିନ୍ନ ହେଲେ ୫୦ରୁ ଅଧିକ ପରିବାର, ଆସୁଥିବା ଲଘୁଚାପକୁ ନେଇ ପୁଣି ବଢିଲା ଚିନ୍ତା 
କନକ ବ୍ୟୁରୋ : ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛିନ୍ତି ୫୦ ରୁ ଉର୍ଦ୍ଧ ପରିବାର । ବର୍ଷା ଛାଡିଛି କିନ୍ତୁ ଦୁର୍ଦ୍ଧସା ବଢୁଛି । ଏପରିକି ୧୦ ଦିନ ହେଲା ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ । ଶହ ଶହ ଲୋକେ ପାଣିଘେରରେ ରହିଥିବା ବେଳେ ଘରୁ ବାହାରକୁ ବାହାରି ପାରୁନଥିବା ଦେଖିବାକୁ ମିଳିଛି । ୧୦ ଦିନ ହେଲା ଚୁଲି ଜାଳି ନଥିବା ବିପର୍ଣ୍ଣ ମାନେ କାନ୍ଦି କାନ୍ଦି କହିଛନ୍ତି । ଜନ ସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୧୦ ଦିନ ଧରି ବନ୍ୟା ବିପନ୍ନଙ୍କ ନିକଟରେ ଏ ପର୍ୟ୍ୟନ୍ତ ପ୍ରଶାସନ ପହଁଚି ପାରିନଥିବା ବେଳେ ଅତି ଦୟନୀୟ ଅବସ୍ଥାରେ  ଭୋକ ଉପାସରେ ଲୋକ ମାନେ ରହିଥିବା ଦେଖିବାକୁ ମିଳିଛି । ଆମେ କହୁନୁ କୌଣସି ଉପାନ୍ତ ଓ ଅଧୁସିତ ଜିଲ୍ଲା କଥା କହୁନୁ ଆମେ କହୁଚୁ ପୁରୀ ଜିଲ୍ଲା ହେଡେକ୍ୱାଟର ଠାରୁ ମାତ୍ର ୩୦ କିଲୋମିଟର ତଥା ଗୋପ ବ୍ଲକ କାର୍ୟ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଭିତରେ ଥିବା ଗଣେଶ୍ୱରପୁର ପଂଚାୟତର ନାୟକ ସାହିରେ ବସବାସ କରୁଥିବା ୫୦ ପରିବାରଙ୍କ କଥା । ନା ଏମାନଙ୍କ ପାଖରେ ରିଲିଫି ପହଂଚିଛି ନ ପହଂଚିଛନ୍ତି ପ୍ରଶାସନିକ ଅଧିକାରୀମାନେ । ବାରମ୍ବାର ବିପର୍ଣ୍ଣ ମାନେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ଗୋପ ବିଡ଼ିଓଙ୍କ ନିକଟରେ ପାଣି ନିଷ୍କାସନ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏମାନଙ୍କ କଥା କେହି ଶୁଣିନଥିବା ବିପର୍ଣ୍ଣ ମାନେ କହିଛନ୍ତି
 କିଭଳି ଅବସ୍ଥାରେ ଅଛନ୍ତି ବିପର୍ଣ୍ଣ ଏହି ଘଟଣାରେ କନକ ନ୍ୟୁଜ ଟିମ ଜନସାଧାରଣଙ୍କ ନିକଟରେ ପହଁଚି ସ୍ଥିତି ପରଖିଥିବା ବେଳେ । ବେଶେଷ କରି ପାନୀୟ ଜଳ ସମସ୍ୟା ଉତକଟ ହେଉଛି।ପିଇବା ପାଣି ପାଇଁ ବିପର୍ଣ୍ଣ ମାନେ ନାହିଁ ନଥିବା ଦୁର୍ଦ୍ଦଶା ର ସମ୍ମୁଖିନ ହୋଇଛନ୍ତି ୧୦ ଦିନ ହେଲା ଚୁଲି ଜଳି ନଥିବା ବେଳେ କିଏ ଖଟ ଉପରେ ତା କିଏ ଉଚ ସ୍ଥାନକୁ ପିଲା ଛୁଆଙ୍କୁ ଧରି ଚାଲି ଯାଇଛି।ରାତିରେ ସରି ସୃପ ଙ୍କ ଭୟ ବିପର୍ଣ୍ଣ ମାନଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।ପ୍ରଶାସନ   ତୁରନ୍ତ ବନ୍ୟା ବିପର୍ଣ୍ଣଙ୍କ  ନିକଟରେ ପହଁଚି  ରିଲିଫ ଓ ଉଦ୍ଧାର କରିବାଲାଗି ବିପର୍ଣ୍ଣ ମାନେ ଦାବି ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe