କନକ ବ୍ୟୁରୋ: କାରରେ କଳା କାଚ ଲଗେଇ ଯାଉଥିଲେ ସାବଧାନ । ରାଜଧାନୀ ରାସ୍ତାରେ ଅଟକାଇପାରେ କମିସନରେଟ୍ ପୁଲିସ ଓ ଏମ୍ଭିଆଇ । କାରଣ ଏବେ ଗାଡିରୁ କଳାକାଚ ଓ ଆରଟିଓଙ୍କ ବିନା ଅନୁମତିରେ ଗାଡି ଲଗାଇଥିବା ସାମଗ୍ରୀ କଢାଯାଉଛି । ଏବଂ ଗାଡି ମାଲିକଙ୍କୁ ଠାରୁ ଜୋରିମାନା ଆଦାୟ କରାଯାଉଛି । ନାଲକୋ ଛକରେ ଆଜି ପ୍ରାୟ ୫୦ରୁ ଅଧିକ ଗାଡି କାଚରେ ଲଗାଯାଇଥିବା କଳା ରଙ୍ଗର ଜରିକୁ ଛଡେଇ ଦିଆଯାଇଛି । ପୁଲିସ କମିଶନରଙ୍କ ନିର୍ଦେଶକ୍ରମେ ଟ୍ରାଫିକ୍ ପୁଲିସ ଓ ଆରଟିଓଙ୍କ ମିଳିତ ଉଦ୍ୟମରେ ଚଢାଉ ଜାରି ରହିଛି ।