କନକ ବ୍ୟୁରୋ: ଗୋଟଏ ପଟେ ଦେଶରେ ରେକର୍ଡ ସଂଖ୍ୟାରେ ବେକାରୀ ବଢୁଛି ଅନ୍ୟପଟେ ପଦବୀ ପୂରଣ ହେଉନି ଫାଙ୍କା ପଡ଼ିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ସୂଚନା ମୁତାବକ ଦେଶରେ ଏବେ ୫ ଲକ୍ଷ ୨୮ ହଜାର ୩୯୬ଟି ପୋଲିସ୍ ପଦବୀ ଖାଲି ପଡ଼ିଛି । ସେଥି ମଧ୍ୟରୁ ଉତ୍ତର ପ୍ରଦେଶରେ ସର୍ବାଧିକ ୧ଲକ୍ଷ ୨୮ ହଜାର ୯୫୨ଟି ପଦବୀ ଫାଙ୍କା ପଡ଼ିଛି । ଏହି ରିପୋର୍ଟ ତାଲିକାରୁ ବାଦ୍ ପଡ଼ିନି ଓଡ଼ିଶା ଆଉ ଆମ ରାଜ୍ୟ ମଧ୍ୟ ପାଖାପାଖି ୧୦ ହଜାର ୩୨୨ଟି ପୋଲିସ ପଦବୀ ଖାଲି ପଡ଼ିଥିବା ଦର୍ଶାଯାଇଛି ।

Advertisment

publive-imageଦେଶରେ ୨୩ ଲକ୍ଷ ୭୯ ହଜାର ୭୨୮ ପଦବୀ ଥିବାବେଳେ ସେଥି ମଧ୍ୟରୁ ସମସ୍ତ ରାଜ୍ୟରେ ମୋଟ୍ ୧୮ ଲକ୍ଷ ୫୧ ହଜାର ୩୩୨ଟି ପୋଲିସ୍ ପଦବୀ ୨୦୧୮ ଜାନୁୟାରୀ ମାସ ସୁଦ୍ଧା ପୂରଣ ହୋଇଛି । ଅର୍ଥାତ୍ ଦେଶରେ ଏବେବ ୫ ଲକ୍ଷ ୨୮ ହଜାର ୩ ଶହ ୯୬ ପୋଲିସ ପଦବୀ ଖାଲି ପଡ଼ିଛି । ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୪୮ ହଜାର ୯ଶହ ୮୧ ପଦବୀ ଖାଲି ରହିଛି । ନାଗାଲାଣ୍ଡରେ ୯୪୧ରୁ ଅଧିକ ପଦବୀ ଖାଲି ରହିଛି।

publive-imageଅପରପକ୍ଷରେ ମହାରାଷ୍ଟ୍ରରେ ୨୬, ୧୯୫ ଏବଂ ମଧ୍ୟପ୍ରଦେଶରେ ୨୨,୩୫୫ ପଦବୀ ଖାଲି ପଡ଼ିଛି । ତାମିଲନାଡୁରେ ୨୨,୪୨୦, କର୍ଣ୍ଣାଟକରେ ୨୧,୯୪୩, ଗୁଜରାଟରେ ୨୧,୦୭୦, ଝାଡ଼ଖଣ୍ଡରେ ୧୮,୯୩୧, ରାଜସ୍ଥାନରେ ୧୮,୦୦୩, ଆନ୍ଧ୍ରପ୍ରଦେଶରେ ୧୭,୯୩୩ ପଦବୀ ଖାଲି ପଡ଼ିଛି । ସେହିପରି ହରିୟାଣାରେ ୧୬,୮୪୪, ଛତିଶଗଡ଼ରେ ୧୧,୪୫୨ ଏବଂ ଜମ୍ମୁ-କଶ୍ମୀରରେ ୧୦,୦୪୪ ପୋଲିସ ପଦବୀ ଖାଲି ପଡ଼ିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

publive-imageଅନ୍ୟପଟେ ଚିନ୍ତାଜନକ ବିଷୟ ହେଲା, ଦେଶରେ ହେଉ ଅବା ରାଜ୍ୟରେ ସବୁଠି ବେକାରୀ ମୁଣ୍ଡ ଟେକିଥିବାବେଳେ ପୋଲିସ ପଦବୀ ପାଇଁ ବିଭିନ୍ନ ରାଜ୍ୟରେ ଫାଙ୍କା ପଡ଼ିଥିବା ପଦବୀ କେବେ ପୂରଣ ହେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ରହିଛି । ଆଉ ରାଜ୍ୟ ସରକାର ଏବବାଦରେ କେତେ ସଚେତନ ହୋଇ ଏହି ଫାଙ୍କା ପଡ଼ିଥିବା ପଦବୀକୁ ପୂରଣ କରିବେ ତାହା ଉପରେ ସମସ୍ତଙ୍କ ନଜର ।