କନକ ବ୍ୟୁରୋ : ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ । ୫ ଏକରରୁ ଅଧିକ ଚାଷ ଜମିରେ ନିଆଁ ଲଗାଇ ଦେଲେ ଦୁର୍ବୃତ । ପୁରୀ ସଦର ବ୍ଲକ ଅମୂରୀ ଗାଁରୁ ଏପରି ଏକ ଖବର ଆସିଛି । ଗାଁର ରମେଶ ବେହେରା, ଲୋକନାଥ ବେହେରା, ଅମୂଲ୍ୟ ବେହେରା, ସର୍ବେଶ୍ୱର ପ୍ରଧାନ, ଛଇଲ ପ୍ରଧାନ କଳାଚମ୍ପା ଧାନ ଫସଲ କରିଥିଲେ । ହେଲେ କୌଣସି ବ୍ୟକ୍ତି ରାଗ ରଖି ଚାଷୀ ପେଟର ଦାନାକୁ ପୋଡି ଦେଇଛି ।

Advertisment

ଆଉ କିଛି ଦିନ ପରେ ପାଚିଲା ଧାନକୁ ବିଲରୁ ନେଇ ଖଳାରେ ରଖିଥାନ୍ତେ । ହେଲେ ଦୁର୍ବତ ବିଲରେ ନିଆଁ ଲଗାଇ ଦେବା ପରେ ବର୍ଷକର ଆହାରକୁ ନେଇ ଚିନ୍ତାରେ ଚାଷୀ । କିଏ ବର୍ଷକର ଆହାର ପୋଡି ହୋଇ ପାଉଁଶ ହୋଇଯାଇଥିବା ଦେଖି ବେହୋଶ ହୋଇଯାଇଛି ତ ଆଉ କିଏ କିଛି ନକହିପାରି ମୁକ ସାଜିଯାଇଛି । ଏବେ ଏହି ମାମଲାର ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି ।