କନକ ବ୍ୟୁରୋ : କରୋନା କାଳରେ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ଭବ ହେଉନଥିବାରୁ ରାଜ୍ୟ ସରକାର ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସ୍ମାର୍ଟ ଫୋନରେ ଛାତ୍ରଛାତ୍ରୀମାନେ ଘରେ ରହି ଏହି ଶିକ୍ଷା ଗ୍ରହଣ କରୁଛନ୍ତି । ୟୁଟ୍ୟୁବ ଲାଇଭ କ୍ଲାସ କିମ୍ବା ଦୂରଦର୍ଶନ ଓଡିଆ ମାଧ୍ୟମରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ଭିଡିଓ ପ୍ରସ୍ତୁତ କରି ୧ ଘଂଟା ପ୍ରସାରଣ କରାଯାଉଛି ।

Advertisment

- ବିଧାନସଭାରେ ଦିଆଯାଇଥିବା ସୂଚନା ଅନୁସାରେ ୩୩.୫୨% ପିଲାଙ୍କ ପାଖରେ ପହଂଚିଛି ୟୁଟ୍ୟୁବ ଶିକ୍ଷା
- ଝାରସୁଗୁଡା ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୮ ହଜାର ୯୭୧ ଜଣ ୟୁଟ୍ୟୁବ ଦେଖିଛନ୍ତି
- ଯାହା ଜିଲ୍ଲାର ମୋଟ୍ ଛାତ୍ରଛାତ୍ରୀଙ୍କ ପ୍ରାୟ ୫୩.୨୦ ପ୍ରତିଶତ
- ନବମ ଓ ଦଶମ ଶ୍ରେଣୀର ୧୦ ହଜାର ୫୫୨ ପିଲାଙ୍କ ମଧ୍ୟରୁ ୫ ହଜାର ୨୫୨ ଜଣ ପଢିଛନ୍ତି
- ଏ ବାବଦରେ କୌଣସି ଅର୍ଥ ଖର୍ଚ୍ଚ କରିନାହାନ୍ତି ରାଜ୍ୟ ସରକାର
- ସୁନ୍ଦରଗଡ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୯ ହଜାର ୮ ଜଣ ୟୁଟ୍ୟୁବରେ ପାଠ ପଢିଛନ୍ତି
- ନବମ ଓ ଦଶମ ଶ୍ରେଣୀର ୪୫ ହଜାର ୧୩୯ ଜଣ ପିଲାଙ୍କ ମଧ୍ୟରୁ ପଢିଛନ୍ତି ୯ ହଜାର ୫୧୨ ଜଣ
- ଏହା ବାବଦରେ ଖର୍ଚ୍ଚ ହୋଇଛି ମୋଟ୍ ୪୬ ହଜାର ୮ଶହ ଟଙ୍କା
- ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତର ରଖି ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ