କନକ ବ୍ୟୁରୋ : ନିକଟରେ ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ଏହି ପ୍ରଶ୍ନ ଉଠିବା ପରେ ରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ସ୍ୱାମୀ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଲୋକ ସଭାରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୧ ଭିତରେ ପ୍ରାୟ ୩୫ ହଜାର ମୃତ୍ୟୁ ଘଟଣାର ର ରେକର୍ଡ ରହିଛି । ସମାଜରେ ଅବହେଳା କାରଣରୁ ଅଣସୂଚିତ ବର୍ଗର ଛାତ୍ର ଆତ୍ମହତ୍ୟା କରିବା ପରେ ଏ ପ୍ରଶ୍ନ ଖୁବ ଚର୍ଚ୍ଚା ଧରିଛି ।

Advertisment

ଅନେକ ଛାତ୍ର ଅତ୍ମହତ୍ୟା କରିଥିବା ବେଳେ ପ୍ରକୃତରେ କେତେ ଜଣ ପିଲା କେବଳ ସାମାଜିକ ବୈଷମ୍ୟତା କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସଠିକ ପ୍ରମାଣ ନାହିଁ ବୋଲି ନାରାୟଣସ୍ୱାମୀ ଜଣାଇଛନ୍ତି । ଆତ୍ମହତ୍ୟାର ସଂଖ୍ୟା ୨୦୧୯ ରେ ୧୦,୩୩୫ ଥିବା ବେଳେ ୨୦୨୦ରେ ୧୨୫୨୬ ଏବଂ ୨୦୨୧ ରେ ୧୩୦୮୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏହି ସାମାଜିକ ଅସମତା ଦୂର କରିବା ତଥା ସଚେତନତା ସୃଷ୍ଟି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଦେଶ ସାରା କାଉନସେଲିଂ, ସମାନ ସୁଯୋଗ ବ ଇକ୍ୱାଲ ଅପରଚୁନିଟି, ଗ୍ରିଭାନସେସ ଓ ଷ୍ଟୁଡେନ୍ଟସ ସେଲ ଭଳି ବିଭିନ୍ନ ସେଲ ଖୋଲା ଯିବା ସହ ସେଠାରେ ବିଭିନ୍ନ ଓଚ୍ଚସ୍ତରୀୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ଛଡା ପ୍ରୋଟେକ୍ସନ ଅଫ ସିଭିଲ ରାଇଟସ ଆକ୍ଟ ୧୯୫୫ ଅନୁସାରେ ଅନୁସୂଚିତ ବର୍ଗଙ୍କୁ ଏପରି ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ ଉଲ୍ଲେଖ ରହିଛି ବୋଲି ମନ୍ତ୍ରୀ ନାରାୟଣ ସ୍ୱାମୀ ଜଣାଇଛନ୍ତି ।