ମରିଗଲା ମଣିଷପଣିଆ । ବିଶ୍ୱାସର ବିଷ ଦେଇ ୩୦୦ କୁକୁରଙ୍କୁ ଜୀବନ ନେଇଗଲା ସୈତାନ ମଣିଷ ।

404

‘ଏ ସ୍ୱାର୍ଥପର ମଣିଷ ସମାଜ…ଆମେ ତମର କ’ଣ କ୍ଷତି କରିଥିଲୁ । ଆମେ ତମକୁ ନା କେବେ ହଇରାଣ କରିଥିଲୁ, ନା କେବେ କିଛି କଷ୍ଟ ଦେଇଥିଲୁ । ତମେ ମଣିଷ ସମାଜ କାହିଁକି ଆମ ଜୀବନ ନେଇଗଲ ? ଭଗବାନ ଆମକୁ ସିନା ପଶୁ କରି ଜନ୍ମଦେଇଥିଲା, ହେଲେ ତମେ କେମିତି ପଶୁ ପାଲଟିଗଲ ?’

କନକ ବ୍ୟୁରୋ : କବର ତଳୁ ସ୍ୱାର୍ଥପର ମଣିଷ ସମାଜକୁ କିଛି ଏମିତି ପ୍ରଶ୍ନ ପଚାରୁଛନ୍ତି ନୀରିହ କୁକୁର ।
‘ସତରେ କ’ଣ ଆମ ସମାଜରୁ ମଣିଷପଣିଆ ମରିଯାଇଛି ?
ଆମ ଭିତରେ କଣ ସତରେ ଟିକିଏ ବି ମାନବିକତା ନାହିଁ ?’
ଏ ପ୍ରଶ୍ନ ଆଜି ଏଥିପାଇଁ ଉଠୁଛି, କାରଣ ଆନ୍ଧ୍ରପ୍ରଦେଶରୁ ଯେଉଁ ଲୁହଭିଜା ଘଟଣା ସାମ୍ନାକୁ ଆସିଛି. ତାହା ସାରା ମଣିଷ ସମାଜର ମୁଣ୍ଡ ତଳକୁ କରିଦେଇଛି । ମରିଗଲା ମଣିଷପଣିଆ…ବିଶ୍ୱାସର ବିଷ ଦେଇ ୩୦୦ କୁକରଙ୍କୁ ମାରିଦେଲା ମଣିଷ ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରୁ ଆସିଛି ଏଭଳି ଲଜ୍ୟାଜନକ ଖବର । ଯେଉଁଠି ଗୋଟିଏ ଗାଁରେ ବିଷ ଇଞ୍ଜେକସନ୍ ଦେଇ ୩୦୦ରୁ ଅଧିକ କୁକୁରଙ୍କୁ ମାରଦେଇଛି ମଣିଷ ସମାଜ । ତେବେ ମଣିଷ କାହିଁକି ଏଭଳି ନାରକୀୟ କାଣ୍ଡ ଭିଆଇଲା, ତାର କାରଣ ଜଣାପଡିନଥିଲେ ମଧ୍ୟ, ଏହି ଘଟଣା ଏବେ ପୂରା ସମାଜକୁ ଲଜ୍ଜିତ କରିଛି ।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଲଲିତା ନାମକ ଜଣେ ଆନିମଲ୍ ରାଇଟ୍ସ ଆକ୍ଟିଭିଷ୍ଟ ଘଟଣା ନେଇ ଥାନାରେ ଏତଲା ଦାୟର କରିଥିଲେ । ତାଙ୍କ କହିବା ଅନୁଯାୟୀ, କୁକୁରମାନଙ୍କୁ ଏମିତି ବିଷ ଇଞ୍ଜେକସନ୍ ଦେଇ ମାରିଦେବା ପାଇଁ ଗାଁ ପଂଚାୟତରେ ନିଷ୍ପତି ହୋଇଥିଲା । ସେ ଦାବିର ସହ କହିଛନ୍ତି ଯେ, ୩୦୦ରୁ ଅଧିକ କୁକୁରଙ୍କୁ ମାଟିରେ ପୋତାଯାଉଥିବାର ସେ ଦେଖିଛନ୍ତି । ଆଉ ଏନେଇ ପୂରା ପଂଚାୟତ ବିରୋଧରେ ସେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାଟି ଏବେ ଚର୍ଚ୍ଚାରେ ରହିଥିବା ବେଳେ, ମଣିଷପଣିଆ ପ୍ରତି ବଡ ପ୍ରଶ୍ନ ଚିହ୍ନ ଲଗାଇଦେଇଛି ।