ଲଗାଣ ବର୍ଷାରେ ମୁମ୍ବାଇ ବେହାଲ : ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ; ସ୍ଥିତିର ସମୀକ୍ଷା କଲେ ଉଦ୍ଧବ ଠାକରେ; ଆଜି ମଧ୍ୟାହ୍ନ ଯାଏଁ ପ୍ରବଳ ବର୍ଷା ଅନୁମାନ

166

କନକ ବ୍ୟୁରୋ : ମୁମ୍ବାଇରେ ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଗଲାଣି । ଏଭଳି ସ୍ଥିତିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବନ୍ୟା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ଥିବା ସ୍ଥାନରେ ଉଦ୍ଧାରକାରୀ ଟିମକୁ ସଜାଗ ରହିବା ସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ପ୍ରାୟ ଦୁଇ ଦିନ ଲାଗି ରହିଛି ଲଗାଣ ବର୍ଷା । ଶନିବାର ରାତିରେ ବର୍ଷାର ପରିମାଣ ବଢ଼ିବା ପରେ ସ୍ଥିତି ଭୟଙ୍କର ହୋଇଥିଲା । ରାତି ବଢ଼ିବା ସହ ବର୍ଷାର ବେଗ ମଧ୍ୟ ବଢିଥିଲା ।

ଏହି ସମୟରେ ଚେମ୍ବୁର ଅଂଚଳର ଭାରତ ନଗର ବସ୍ତିକୁ ମାଡି ଆସିଥିଲା ଭୁସ୍ଖଳନ । ନିକଟରେ ଥିବା ପାହାଡ ଉପରେ ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ଘଟିଥିଲା । ଭୁସ୍ଖଳନ ଯୋଗୁଁ ପାହାଡ ପାଦ ଦେଶରେ ଥିବା ଏକ ବିରାଟ ପାଚେରୀ ଭାରତନଗର ବସ୍ତି ଉପରେ ଅଜାଡି ହୋଇପଡିଥିଲା । ପାଚେରୀ ତଳେ ଚାପି ହୋଇ ଦବି ଯାଇଥିଲା ପ୍ରାୟ ୫ରୁ ୬ଟି ଘର । ଆଉ ତା’ ତଳେ ଚାପି ହୋଇ ହୋଇଯାଇଥିଲେ ୩୦ରୁ ଅଧିକ ଲୋକ । ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।