ନୟାଗଡ ପିଡବ୍ଲ୍ୟୁଡି ଲେନରୁ ବନ୍ଧୁକ ଓ ବ୍ରାଉନସୁଗାର ଜବତ ଘଟଣା । ରିମାଣ୍ଡରେ ବ୍ରାଉନସୁଗାର ମାଫିଆ କେ.ଭିକି ରାଓ

80

କନକ ବ୍ୟୁରୋ : ନୟାଗଡ଼ ପିଡବ୍ଲ୍ୟୁଡି ଲେନରେ ଏସଟିଏଡ଼ ଟିମ ଚଢାଉ କରି ପିସ୍ତଲ ଓ ବ୍ରାଉନ ସୁଗାର ଜବତ ଘଟଣାର ଗିରଫ ମୁଖ୍ୟ ଅଭିଯୁକ୍ତ କେ.ଭିକି ରାଓ ଆଜିଠୁ ୨ଦିନିଆ ରିମାଣ୍ଡରେ ପଠାଯାଇଛି । ଝାରପଡ ଜେଲରୁ ଅଭିଯୁକ୍ତକୁ ଏସଟିଏଫ ନିଜ ହେପାଜତକୁ ନେଇଛି । ଜବତ ହୋଇଥିବା ୩କୋଟିର ବ୍ରାଉନ ସୁଗାର, ଗୁଳି. ଓ ପିସ୍ତଲ ବାବଦରେ ଅଭିଯୁକ୍ତକୁ ଜେରା କରିବ ଏସଟିଏଫ । ଅନ୍ୟପଟେ ରିମାଣ୍ଡ ଅବଧି ଭିତରେ ଫେରାର ରହିଛି ଅନ୍ୟତମ ଅଭିଯୁକ୍ତ ଶିବ ପ୍ରସାଦ ରାଓ ।

୨୫ ତାରିଖରେ ପ୍ରଥମ ଥର ପାଇଁ ନୟାଗଡରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଥିଲା ଏସଟିଏଫ୍ । ଏସଟିଏଫ ଚଢାଉ କରି ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ୭ ଏମ୍ଏମ୍ ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍, ୩ଟି ମୋବାଇଲ, ଗୋଟିଏ ଟ୍ୟାବ, ଆଧାରକାର୍ଡ଼, ଏଟିଏମ କାର୍ଡ଼, ପ୍ୟାନ କାର୍ଡ଼ ଜବତ କରିଛି । ନୟାଗଡର ଶିବ ଆଉ ତାର ସହଯୋଗୀ ନିଶା କାରବାର ଚଳାଉଥିଲା । ଏହି ସମୟରେ ବଡ ଧରଣର ଡିଲ୍ ହୋଇଥିଲା । ଏହି ସୂଚନା ପାଇବା ପରେ ଏସଟିଏଫ ଉଦୟଲେନ୍, ସିନ୍ଦୁରା ଗାଁରେ ରେଡ୍ କରିଥିଲା ।