ଜୀବନ ନେଉଛି ବେକାରୀ ଓ ଋଣ ସମସ୍ୟା । ଦେଶରେ ୨୫ ହଜାରରୁ ଅଧିକ ବ୍ୟକ୍ତି କରିଛନ୍ତି ଆତ୍ମହତ୍ୟା

Advertisment
ଜୀବନ ନେଉଛି ବେକାରୀ ଓ ଋଣ ସମସ୍ୟା । ଦେଶରେ ୨୫ ହଜାରରୁ ଅଧିକ ବ୍ୟକ୍ତି କରିଛନ୍ତି ଆତ୍ମହତ୍ୟା

କନକ ବ୍ୟୁରୋ : ବେକାରୀ ସମସ୍ୟା ଓ ରୁଣ ଭାର ବଢିବାରୁ ଦେଶରେ ୨୫ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏକ ପଶ୍ମ ଉତ୍ତର ରଖିବା ସମୟରେ ଏଭଳି ତଥ୍ୟ ଦେଇଛନ୍ତି । ୨୦୦୮ ରୁ ୨୦୨୦ ମଧ୍ୟରେ ୨୫ ହଜାର ଲୋକ ଆତ୍ମହତ୍ୟା କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ୯ ହଜାର ୧୪୦ ଲୋକ ବେରୋଜଗାରୀ କାରଣରୁ ଆତ୍ମହତ୍ୟା କରିଥିବା ବେଳେ ୧୬ ହଜାର ୯୧ ଜଣ ଲୋକ ଦେବାଳିଆ ଓ ରୂଣ ଭାର ବଢିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ୨୦୧୮ ରେ ରୁଣଗ୍ରସ୍ତ ହୋଇ ୪୯୭୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ ରେ ୫୯୦୮ ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ୨୦୨୦ ରେ ମୃତ୍ୟୁ ୫୨୧୩ ରହିଛି । ୨୦୧୯ ଅପେକ୍ଷା ୨୦୨୦ରେ ୬୦୦ ଲୋକ କମ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମନ୍ତ୍ରୀ କହିଛନ୍ତି ଯେ ମାନସିକ ସ୍ତରରେ ଚାପଗ୍ରସ୍ତ ଥିବା ଲୋକମାନଙ୍କ ପାଇଁ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ୬୯୨ଟି ଜିଲ୍ଲାରେ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଲାଗୁ କରାଯାଇଛି ଯେଉଁଥିରେ ଆତ୍ମହତ୍ୟା ରୋକିବା ଲାଗି ପରାମର୍ଶ ଦିଆଯାଉଛି। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଅର୍ଥନୀତିର ପ୍ରମୁଖ କ୍ଷେତ୍ର ଲାଗି ଯେଉଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ ଘୋଷଣା କରାଯାଇଛି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି । ୨୦୨୦ରେ ସରକାର ସଂସଦରେ କହିଥିଲେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ । ତେଣୁ କ୍ଷତିପୂରଣର ପ୍ରଶ୍ନ ଉଠୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe