ଓଡ଼ିଶା ସରକାର ଭଲମନ୍ଦ ବୁଝୁନଥିବା ଅଭିଯୋଗ : ଆନ୍ଧ୍ର ବିଧାୟକଙ୍କ ଦ୍ୱାରସ୍ଥ ହେଲେ ପଟାଙ୍ଗି ବ୍ଲକର ୨୦୦ରୁ ଉର୍ଦ୍ଧ୍ବ ଲୋକେ

139

କନକ ବ୍ୟୁରୋ : ଓଡ଼ିଶା ସରକାର ଭଲମନ୍ଦ ବୁଝିନଥିବା ଅଭିଯୋଗ କରି ଆନ୍ଧ୍ର ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପଟାଙ୍ଗି ବ୍ଲକର ୨୦୦ରୁ ଉର୍ଦ୍ଧ୍ବ ଲୋକେ । ଆଦିବାସୀ ମାନ୍ୟତା ଦାବି କରି ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଂଚଳରେ ଥିବା ଓଡ଼ିଶାର ପଟାଙ୍ଗି, ବିଟ୍ରା ପିଲାକା, ଜାମିନ ପାଦୁ, ବୁରା ମାମିଡ଼ି ଆଦି ୮ଟି ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଆଇଟିଡ଼ିଏ ଅଧିକାରୀ କୁରମାନାଥ ଓ ସାଲୁର ବିଧାୟକ ରାଜନ ଦୋରାଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକ ।

ଆନ୍ଧ୍ରପ୍ରଦେଶର ସାଲୁର ନିକଟସ୍ଥ ପାଚିପେଂଟା ମଣ୍ଡଳ କୋନାୱାଲାସାରେ ଅନୁଷ୍ଠିତ କୃଷକ ଦିବସ ଉତ୍ସବରେ ସମ୍ପୃୃକ୍ତ ଗାଁର ୨୦୦ ଆଦିବାସୀ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ସେମାନେ କୌଣସି କଲ୍ୟାଣମୂଳକ ଯୋଜନା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନିଜର ଏକ ଅଂଶ ଭାବେ ପରିଗଣିତ କରି ଆପଣେଇ ନେବା ପାଇଁ ଏହି ଗ୍ରାମବାସୀ ଅନୁରୋଧ କରିଛନ୍ତି ।