କନକ ବ୍ୟୁରୋ : ରାସ୍ତା ଉପରେ ଠାବ ହେଲା ଶତାଧିକ ରାସନ କାର୍ଡ । ଢେଙ୍କାନାଳ ମିନି ଷ୍ଟାଡିୟମ ନିକଟ ରାସ୍ତାରେ ଶତାଧିକ ରାସନ କାର୍ଡ ପଡିରହିଥିବା ଦେଖିବାକୁ ମିଳିଥିଲା । ରାସ୍ତାରୁ ଠାବ ହୋଇଥିବା ପ୍ରାୟ ୨ଶହରୁ ଅଧିକ ରାସନ କାର୍ଡ କେନ୍ଦୁଝର ଅଂଚଳର ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କେନ୍ଦୁଝର ଅଂଚଳର ଏତିକି ସଂଖ୍ୟକ ରାସନ କାର୍ଡ ଢେଙ୍କାନାଳରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ରାସନ କାର୍ଡ ଜବତ ଘଟଣାରେ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇନାହିଁ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-