ପାଟଣାଗଡରୁ ଜବତ ହେଲା ୧୦୦ ପେଟି କଫ୍ ସିରପ୍ । ଧରିଲା ବଲାଙ୍ଗୀର ପୋଲିସ୍ । କୁଆଡୁ ଆସିଲା ଏତେ ପରିମାଣର କଫ୍ ସିରଫ ତାକୁ ନେଇ ଉଠିଲା ପ୍ରଶ୍ନ

Advertisment
ପାଟଣାଗଡରୁ ଜବତ ହେଲା ୧୦୦ ପେଟି କଫ୍ ସିରପ୍ । ଧରିଲା ବଲାଙ୍ଗୀର ପୋଲିସ୍ । କୁଆଡୁ ଆସିଲା ଏତେ ପରିମାଣର କଫ୍ ସିରଫ ତାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ବଲାଙ୍ଗୀରରେ ଚାଚଂଲ୍ୟ । ପାଟଣାଗଡ ପୋଲିସ ଦ୍ୱାରା ଲୁହାସିଂହା ଅଂଚଳରୁ ଶହେ ପେଟି କଫ ସିରଫ ଜବତ ହୋଇଛି । ପେଟିରେ ୧୮ ହଜାର ବୋତଲ ଥିବା ଜଣାପଡିଛି । ନିର୍ଦ୍ଧିଷ୍ଟ ଭାବେ କେତେକ କଫ୍ ସିରଫ ବିକ୍ରି ଉପରେ କଟକଣା ରହିଛି । ତେଣୁ ପାଟଣାଗଡ ଭଳି ଏକ ଛୋଟିଆ ସହରରେ ଏତେ ପରିମାଣରେ କଫ ସିରପ୍ ଜବତ ହେବା ପରେ ଏହା କେଉଁଠୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

publive-image

ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନାର ଲୁଇସିଂହାର ଏକ ଗୋଦାମରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ କରାଯାଇଛି। ତେବେ ୧୮ ହଜାରରୁ ଅଧିକ ବୋତଲ କଫ୍ ସିରପ ରଖିଥିବା ଲୋକଜଣକ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ସେ କିପରି ଏବଂ କେଉଁଠାରୁ ଏତେ ମାତ୍ରରେ କଫ୍ ସିରପ ବୋତଲ ଆଣିଥିଲା ତାର ତଦନ୍ତ ଆରମ୍ଭ କରିଛି ପାଟଣାଗଡ଼ ପୁଲିସ। ଏହାଛଡ଼ା ଫେରାର ଅଭିଯୁକ୍ତକୁ ଧରିବାଲାଗି ବି ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି।

publive-image

ସୂଚନାଯୋଗ୍ୟ ଦୁଇ ଦିନ ତଳେ ବଲାଙ୍ଗୀରରୁ ୧୦ ହଜାରରୁ ଅଧିକ ବୋତଲ ଏଭଳି କଫ୍ ସିରପ ଜବତ ହୋଇଥିଲା। ଜିଲ୍ଲା ପ୍ରଶାସନର ତତ୍ପରତା ସତ୍ତ୍ୱେ କଫ୍ ସିରପ ଚାଲାଣ ବନ୍ଦ ହେଉନଥିବାର ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe