କନକ ବ୍ୟୁରୋ : ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା । ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଟ୍ରକଟି ଓଲଟି ପଡ଼ିଥିବା ବେଳେ ବସଟି ଘାଟି ତଳକୁ ଖସିପଡ଼ିଛି । ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ସାଇଶଙ୍କର ନାମକ ବସଟି ରାତିରେ ଯାଉଥିବା ବେଳେ ମହୁଲଡିହା ଥାନା ଗୋଡଭଙ୍ଗା ଘାଟିରେ ଦୁର୍ଘଟଣା ଘଟିଥିଲା । ବସଟି ଘାଟିର ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା । ଖବର ପାଇଁ ଆନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଓ ରାସ୍ତାରେ ଯାଉଥିବା ଅନ୍ୟ ବସର ଯାତ୍ରୀମାନେ ଗୁରୁତର ଓ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି ।