କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ମୂଷଳ ବର୍ଷା ଯୋଗୁଁ ଫଳରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ରାଜ୍ୟର ଏକାଧିକ ଅଂଚଳରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗିରହିଛି । ଫଳରେ ରାଜ୍ୟର ଅଧିକାଂଶ ଇଲାକାରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏଯାଏଁ ୯ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୫ ଟିମ୍ ପଦାତିକ ସେନା, ୨୯ଟିମ୍ ଏସଡିଆରଏଫ, ୯ଟିମ୍ ଏନଡିଆରଏଫ୍ ଓ ବାୟୁ ସେନାର ୯ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Advertisment

publive-imageଗ୍ୱାଲିୟର, ଶିବପୁରୀ, ଗୁନା , ସୋପୁର, ଅଶୋକନଗର, ମୁରୈନା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୧୨୫୦ଟି ଗାଁ ଏବେ ଜଳ ଘେରରେ ରହିଛି । ଜଳବନ୍ଦୀ ହୋଇରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ୨୫ହଜାରରୁ ଉଦ୍ଧ୍ୱର୍ ଘର ନଷ୍ଟ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ବ୍ରିଜ୍ ଭାସିଯାଇଛି ।କଂଗ୍ରେସର ନେତା ଶିବରାଜ ସିଂ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଇ ଆକାଶପଥରୁ ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ।