କନକ ବ୍ୟୁରୋ: ସିକିମରେ ଭାରତୀୟ ସେନାକୁ ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ । ଆଉ କିଛି ପର୍ଯ୍ୟଟକ ଫସି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ୧୨ ତାରିଖରେ ହୋଇଥିଲା ବଡ଼ ଧରଣର ଭୂସ୍ଖଳନ । ଯାହା ଫଳରେ ୧୨ ଶହରୁ ଅଧିକ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବଡ଼ ଚାଲେଞ୍ଜ ରହିଥିଲା । ପ୍ରାୟ ୭ ଦିନର ଅପରେସନ ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ସହ ଏନଡିଆରଏଫ, ଏସଡିଆରଏଫ ଓ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/sikkim.jpg)