କନକ ବ୍ୟୁରୋ: କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ- ୧୨ କୋଟି ୪୦ ହଜାର ଲୋକ । ଏଭଳି ଆକଳନ କରିଛି ବିଶ୍ୱ ବ୍ୟାଙ୍କ । ବିଶ୍ୱ ମହାମାରୀ କରୋନା ସହ ଲଢେଇ ଜାରି ରହିଛି । ଟିକା ଆସିଯିବା ପରେ ଏହି ଲଢେଇ ମାନବ ସଭ୍ୟତାକୁ ସୁରକ୍ଷା ଦେଇପାରିବ ବୋଲି ଆଶା କରାଯାଉଛି । ହେଲେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ମହାମାରୀ କେବଳ ଲୋକଙ୍କ ଜୀବନ ନେଉନାହିଁ, ବରଂ ଲୋକଙ୍କୁ ଗରିବ କରିଦେଉଛି । ଲୋକଙ୍କ ଚାକିରି ଚାଲିଯିବା ସହ ରୋଜଗାର ଛଡାଇ ନେଉଛି ।
ଏଥିପାଇଁ ବିଶ୍ୱରେ ୧୧ କୋଟି ୯୦ ଲକ୍ଷରୁ ୧୨ କୋଟି ୪୦ ଲକ୍ଷ ଲୋକ ଅତ୍ୟନ୍ତ ଗରିବ ହୋଇପଡିବେ ବୋଲି ବିଶ୍ୱବ୍ୟାଙ୍କ ଏକ ଆକଳନ କରିଛି । ଗତବର୍ଷ ଅକ୍ଟୋବରରେ ମଧ୍ୟ ବିଶ୍ୱବ୍ୟାଙ୍କ ଏହିଭଳି ଏକ ଆକଳନ କରିଥିଲା । ଏଥିରେ ସାଢେ ୮ କୋଟିରୁ ସାଢେ ୧୧ କୋଟି ଲୋକ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ବୋଲି କୁହାଯାଇଥିଲା । କିନ୍ତୁ ଚଳିତବର୍ଷ ବିଶ୍ୱବ୍ୟାଙ୍କ ଏହାର ସଦ୍ୟତମ ରିପୋର୍ଟରେ ଏହି ସଂଖ୍ୟାକୁ ବଢାଇ ଦେଇଛି । ଏପରିକି ଅନ୍ତର୍ଜାତୀୟ ସଂସ୍ଥାର କହିବା ହେଲା ଦାରିଦ୍ର୍ୟ ଦୂରୀକରଣ ପାଇଁ ଗତ ୨୦ ବର୍ଷରେ ନିଆଯାଇଥିବା ପଦକ୍ଷେପ ଫଳରେ ହୋଇଥିବା ଅଗ୍ରଗତିକୁ କ୍ଷତି ପହଞ୍ଚାଇବ କରୋନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/2-30.jpg)