କନକ ବ୍ୟୁରୋ :ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ବାମପଦାସ୍ଥିତ ମା ଭାରତୀ ଗୋଶାଳାରେ ରଖାଯାଇଛି । ଗତକାଲି ବିଳମ୍ବିତ ରାତିରେଏହି ୨ କଣ୍ଟେନର ଗୋରୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସମ୍ପୃକ୍ତ ୨ କଣ୍ଟେନରକୁ ସେରଗଡ଼ ଟୋଲଗେଟ ନିକଟରେ ସ୍ଥାନୀୟ ଗୋରକ୍ଷକ ଏବଂ ପୁଲିସ ଅଟକାଇଥିଲେ । ଏହାପରେ ସେଠାରୁ ୨ କଣ୍ଟେନରରୁ ୧୦୨ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ଖନ୍ତାପଡ଼ା ଥାନାରେ ପୁଲିସ ୪ ଜଣକୁ ଅଟକ ରଖିଛି ।
୨ଟି କଣ୍ଟେନରରୁ ଶହେରୁ ଅଧିକ ଗୋରୁ ଉଦ୍ଧାର : ଶେରଗଡ ଟୋଲ ପ୍ଲାଜା ନିକଟରୁ ଉଦ୍ଧାର କଲା ପୋଲିସ
/kanak/media/post_attachments/wp-content/uploads/2021/03/cow.jpg)