ମାଲକାନଗିରିରେ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର : ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର

ଗତକାଲି କୂର୍ତି ସାପ୍ତାହିକ ହାଟରେ ଲସି ପିଇ ଅସୁସ୍ଥ ହୋଇଥିବା ଅଭିଯୋଗ

333

କନକ ବ୍ୟୁରୋ : ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ । ଏପରି ଅଭାବନୀୟ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ପଡ଼ିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ପଂଚାୟତ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର । ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦରେ ଚିକିତ୍ସିତ ହେଉଛନ୍ତି । ଗତକାଲି କୂର୍ତି ସାପ୍ତାହିକ ହାଟରେ ଏକ ଦୋକାନରୁ ଲସି ପିଇ ଗାଁ ଲୋକେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅଧିକ ଛୋଟ ପିଲା ଓ ମହିଳା ଥିବା ସୂଚନା ରହିଛି ।