ଆକ୍ସନମୋଡରେ ଉତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ, କାର୍ଯ୍ୟରେ ଅବହେଳା ଯୋଗୁ ୧୦୯ ଡାକ୍ତରଙ୍କୁ କଲେ କଳାତାଲିକାଭୁକ୍ତ

76

କନକ ବ୍ୟୁରୋ :  କାର୍ଯ୍ୟରେ ଅବହେଳା ପଦର୍ଶନ କରୁଥିବା ଏବଂ ଡ୍ୟୁଟି ଠିକ୍ରେ କରୁନଥିବା ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତରାଖଣ୍ଡ ସରକାର । ଉତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ୧୦୯ ଜଣ ଡାକ୍ତରଙ୍କୁ ବ୍ଲାକଲିଷ୍ଟ୍ ତଥା କଳାତାଲିକାଭୁକ୍ତ କରିଛନ୍ତି । ସେମାନଙ୍କୁ ଆଉ ଥରେ ସ୍ୱାସ୍ଥ୍ୟ ବିଭାଗ ଅବା ଉତରାଖଣ୍ଡ ସରକାରର କୌଣସି ବିଭାଗରେ ଚାକିରି ମିଳିବ ନାହିଁ    । ଯେଉଁମାନେ ଡ୍ୟୁଟି ଠିକ୍ରେ କରୁନାହାଁନ୍ତି ଅବା ଅଧିକାଂଶ ସମୟରେ ଡାକ୍ତରଖାନା ଯାଉନାହାଁନ୍ତି ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରୀ ରେକର୍ଡରେ ଏହି ଡାକ୍ତରମାନଙ୍କ ନାମ ରହିଥିଲେ ବି ସେମାନେ କିଛି ବର୍ଷ ହେବ ହସ୍ପିଟାଲ ଯାଉନଥିଲେ ।

ଚୁକ୍ତି ମୁତାବକ କିଛି ଡାକ୍ତର ସରକାରୀ କଲେଜରେ ପାଠ ପଢିଥିବା ବେଳେ ଦୁଇରୁୁ ୩ ବର୍ଷ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବା କଥା । ସରକାରୀ ହସ୍ପିଟାଲରେ କାମ କରିନଥିବାରୁ କୋର୍ସ ଫି ବାବଦକୁ ଦେବାକୁ ଥିବା ଫି ଦେଇନାହାଁନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଡାକ୍ତରମାନେ ଘରୋଇ ହସ୍ପିଟାଲ ଭଲ ଦରମା ପାଇବାରୁ ସରକାରୀ ହସ୍ପିଟାଲ ଛାଡିଦେଇଛନ୍ତି । କିନ୍ତୁ ସେମାନେ ସ୍ୱାସ୍ଥ୍ୟ ବିଭାଗ ଠାରୁ ଏନେଇ କୌଣସି ଅନୁମତି ନେଇନାହାଁନ୍ତି ।