କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ତୃତୀୟ ପର୍ଯ୍ୟାୟ ଟିକାରକରଣ ମେ ମାସ ୧ ତାରିଖରୁ ଆରମ୍ଭ ହେବ । କରୋନା ଲଢେଇ ବିରୋଧରେ ଟିକାକରଣର ମୁଖ୍ୟ ଭୁମିକା ରହିଛି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଲୋକଙ୍କ ମନରେ ଉତ୍ସାହ ଲାଗିରହିଛି । ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକା ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି । ତେବେ ସୁଚନା ଅନୁସାରେ ଟିକାକରଣର ରେଜିଷ୍ଟ୍ରେସନ୍ ଆରମ୍ଭ ହେବା ପରେ ପାଖାପାଖି ଏକ କୋଟି ୩୩ଲକ୍ଷ ଲୋକ ଭ୍ୟାକ୍ସିନ୍ ପାଇଁ ଆବେଦନ କରିସାରିଲେଣି ।

Advertisment

ଜାଣନ୍ତୁ କୋ-ୱିନ ନେଇ ୧୦ ପ୍ରମୁଖ କଥା - 

- ଟିକାକରଣ ପାଇଁ ବୁଧବାରଠାରୁ କୋ-ୱିନ ଆପରେ ରେଜଷ୍ଟ୍ରେସନ ଆରମ୍ଭ
- ସରକାରଙ୍କ ଦାବି, ପ୍ରଥମ ଦିନରେ ପ୍ରାୟ ୮୦ ଲକ୍ଷ ଲୋକଙ୍କ ରେଜିଷ୍ଟ୍ରେସନ
- ସରକାରଙ୍କ ଦାବି ବିନା ବାଧାରେ କାମ କରୁଛି କୋ-ୱିନ ଆପ୍
- ସନ୍ଧ୍ୟାରେ କୋ-ୱିନ ଆପ୍ ସାମାନ୍ୟ ତ୍ରୁଟି ଆସିଥିଲେ ବି ଏବେ ଠିକ ଭାବେ କାମ କରୁଛି
- ଟିକାକରଣ ପାଇଁ ସ୍ଲଟ ଆଧାରରେ ମିଳିବ ଆପଏଣ୍ଟମେଂଟ
- ବର୍ତମାନସୁଦ୍ଧା ୧ କୋଟି ୩୩ ଲକ୍ଷ ଲୋକ କରିଛନ୍ତି ପଞ୍ଜିକରଣ
- ୧୮ରୁ ୪୪ ବର୍ଷର ଲୋକଂସଖ୍ୟା ପ୍ରାୟ ୫୯. ୫ କୋଟି
- ଓଡିଶା ସମେତ ୧୦ରୁ ଅଧିକା ରାଜ୍ୟ ଘୋଷଣା କରିସାରିଛନ୍ତି ମାଗଣା ଟିକା
- କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି
- ଖୁବଶୀଘ୍ର ଋଷଟିକା ସ୍ପୁଟନିକ-ଭି ବି ଲୋକଙ୍କୁ ଦିଆଯିବ