ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହେଲା କୋଭାକ୍ସିନ । କେନ୍ଦ୍ର ସରକାରଙ୍କୁ ତଥ୍ୟ ହସ୍ତାନ୍ତର କଲା ଭାରତ ବାୟୋଟେକ

177

କନକ ବ୍ୟୁରୋ: ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ ତାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହୋଇଛି । ଭାରତ ବାୟୋଟେକ ତରଫରୁ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯାଇଛି । ଆଜି ସକାଳେ ଭାରତ ବାୟୋଟେକ ଡିସିଜିଆଇକୁ ଡାଟା ହସ୍ତାନ୍ତର କରିଛି ।

ତୃତୀୟ ପଯ ର୍୍ୟାୟ ଡାଟା ମିଳିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି ଆଜି ଏକ ମିଟିଂ କରିଥିଲେ । ଏଥିରେ କୋଭାକ୍ସିନ ତରଫରୁ ଏହି ତଥ୍ୟ ପ୍ରଦାନ କରାଯାଇଥିଲା । ଏକ୍ସପର୍ଟ କମିଟି ଏହି ତଥ୍ୟ ଦେଖି ସାରିଛନ୍ତି ହେଲେ ଏଥିପାଇଁ କୌଣସି ପ୍ରକାର ମଞ୍ଜୁରୀ ଦେଇନାହାନ୍ତି । ବର୍ତ୍ତମାନ ସିଇସି ଏହି ଡାଟାକୁ ଡିସିଜିଆଇକୁ ପ୍ରଦାନ କରିଛି ।

କୋଭାକ୍ସିନକୁ ୫ ମାସ ପୂର୍ବରୁ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ସେତେବେଳେ ଏହି ଟ୍ରାଏଲ ହୋଇନଥିବାରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି ।