ଓଡ଼ିଶାରେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନ: ଭୁବନେଶ୍ୱରରେ ପହଂଚିବା ପରେ କହିଲେ, ରାଜ୍ୟରେ ଚାଲିଛି ଆଉଟ ସୋର୍ସିଂ ସରକାର

226

କନକ ବ୍ୟୁରୋ: ଓଡ଼ିଶା ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଓଡ଼ିଶା ଗସ୍ତରେ ଆସିଥିବା ଶିବରାଜ ରାଜ୍ୟରେ ଆଉଟ ସୋର୍ସିଙ୍ଗ ସରକାର ଚାଲିଥିବା କହି ସମାଲୋଚନା କରିଛନ୍ତି । ସେହିପରି ଓଡ଼ିଶାରେ ବିଜେପି ପୁରା ବଳ ଲାଗାଇ ଲଢ଼ିବ ଓ ଜିତିବ ବୋଲି ସେ କହିଛନ୍ତି । ଏଠାରେ ମହିଳା ମାନେ ଅସୁରକ୍ଷିତ ଏବଂ ବେଲଗାମ ଅଧିକାରୀ ମାନେ ଓଡ଼ିଶାକୁ ଭ୍ରଷ୍ଟାଚାରରେ ଫସାଇଥିବା ଅଭିଯୋଗ ଆଣି ବର୍ଷିଛନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯାଉନଥିବା ସେ କହିଛନ୍ତି । ଓଡ଼ିଶାରେ ୮୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାହାନ୍ତି । ତେଣୁ ଗତ ନିର୍ବାଚନଠାରୁ ଲୋକସଭାରେ ଅଧିକ ସିଟ୍ ପାଇବା ସହ ବିଧାନସଭାରେ ପୂର୍ଣ୍ଣ ବହୁମତ ପାଇବା ନେଇ ସେ ଦାବି କରିଛନ୍ତି ।