କଟକରେ ଆଉଟସୋର୍ସିଂ କର୍ମଚାରୀ ସଂଘର ସମାବେଶ। ବିଭିନ୍ନ ଦାବି ନେଇ ବୈଠକରେ ଆଲୋଚନା।

କଟକରେ ଆଉଟସୋର୍ସିଂ କର୍ମଚାରୀ ସଂଘର ସମାବେଶ। ବିଭିନ୍ନ ଦାବି ନେଇ ବୈଠକରେ ଆଲୋଚନା।

କନକ ବ୍ୟୁରୋ: କଟକ ଚୌଧୁରୀ ବଜ଼ାର ବିଜୁ ଭବନ କଳିଙ୍ଗ ଗେଷ୍ଟ ହାଉସରେ ଆଉଟସୋର୍ସିଂ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ରାଜ୍ୟ ଆଉଟସୋର୍ସିଂ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, କାର୍ୟ୍ୟକାରୀ ସମ୍ପାଦକ  ତାପସ କୁମାର ମିଶ୍ର ଏବଂ ଓଡିଶା ସରକାର ଠିକାକର୍ମଚାରୀ ସଂଘର ମୁଖ୍ୟ ସଭାପତି ବିଜୟ ମଲ୍ଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

 କଟକ ଜିଲ୍ଲାର ଆଉଟସୋର୍ସିଂ ସଂଘର ସଭାପତି ସାରଦା ପ୍ରସନ୍ନ ଦାସ ଏବଂ  ସମ୍ପାଦକ ଗୋଲେଖ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୁଚାରୁରୂପେ ସଭା ଅନୁଷ୍ଠିତ ହୋଇଥିଲା  । ଆଉଟସୋର୍ସିଂ କର୍ମଚାରୀମାନଙ୍କ ଚାକିରୀ ସ୍ଥାୟୀ କରାଯିବା, ଦରମା ନିର୍ଦ୍ଧାରଣ ଓ ଅନନ୍ୟ ସମସ୍ୟା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ  । ସରକାର ଆଉଟସୋର୍ସିଂ କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ପୂରଣ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତାମାନେ ଚେତାବନୀ ଦେଇଥିଲେ । ସଭାରେ କଟକ ଜିଲ୍ଲାର ଅନେକ ସରକାରୀ ଆଉଟସୋର୍ସିଂ କର୍ମଚାରୀ ଯୋଗଦେଇଥିଲେ  । ଏହାକୁ  ପ୍ରକାଶ ଖଣ୍ଡୁଆଲ, ଅରୁଣ ସାମନ୍ତରାୟ, ଦେବେନ୍ ଦାସ ନାୟକ, ସୁଧାଂଶୁ ମହାରଣା, ରାମକୃଷ୍ଣ ପଣ୍ଡା, ସୋନାଲି ରାୟ, ଅମିତ ଜଗଦେବ ଏବଂ ଅନୁଜ କୁମାର ନାୟକ  ସହପରିଚାଳକ ଭାବରେ ସମ୍ପାଦନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe