କନକ ବ୍ୟୁରୋ : ମହାରାଷ୍ଟ୍ର ବାହାରେ ମଧ୍ୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ ବଢିଛି । କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଆଇନକୁ ବିରୋଧ କରି କଙ୍ଗନା କରିଥିବା ଏକ ଟୁଇଟକୁ ନେଇ ଟୁମକୁରୁ ଜିଲ୍ଲାର ଜେଏମଏଫସି କୋର୍ଟ ଏଫଆଇଆର ରୁଜୁ କରିବାକୁ କହିଛନ୍ତି । ଆଇନଜୀବୀ ରମେଶ ନାଇକଙ୍କ ଲିଖିତ ଅଭିଯୋଗ ପରେ କ୍ୟାଥାସାନ୍ଦ୍ରା ପୁଲିସ ଥାନା ଅଧିକାରୀଙ୍କୁ ଏଫଆଇଆର ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଙ୍ଗନା ସେପ୍ଟେମ୍ବର ୨୧ ତାରିଖରେ ନିଜ ଟୁଇଟର ହ୍ୟାଣ୍ଡଲରେ ଟୁଇଟ କରି ଲେଖିଥିଲେ, ଯେଉଁମାନେ ସିଏଏ ବିରୋଧରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିଥିଲେ । ଯେଉଁଥି ପାଇଁ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଲା । ଏବେ ସେହି ଲୋକମାନେ ହିଁ କୃଷି ଆଇନ ବିରୋଧରେ ଅପପ୍ରଚାର ଚଳାଇଥିବାରୁ ଦେଶରେ ଭୟର ମାହୌଲ ସୃଷ୍ଟି ହୋଇଛି । ସେମାନେ ଆତଙ୍କବାଦୀ । ତେବେ ଟୁଇଟର ୟୁଜର୍ସ ସମାଲୋଚନା କରିବା ପରେ କଙ୍ଗନା ସେହି ଟୁଇଟକୁ ହଟାଇ ଦେଇଥିଲେ ।
ସେପଟେ ଆଇନଜୀବୀ ରମେଶ ନାଇକ କହିଛନ୍ତି ଚାଷୀଙ୍କ ବିରୋଧରେ ଏପରି ଟୁଇଟକୁ ତାଙ୍କୁ ଗଭୀର ଭାବରେ ଆହତ ଦେଇଥିବାରୁ ସେ କଙ୍ଗନା ବିରୋଧରେ ଏଫଆଇଆର ଦେଇଛନ୍ତି । ପୂବ ର୍ରୁ ସୁଶାନ୍ତ ସିଂ ରାଜପୁତ ମାମଲାରେ ପ୍ରଥମେ ବଲିଉଡ ଓ ପରେ ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଥିଲେ କଙ୍ଗନା । ଏହାପରେ ବିଏମସି ପ କ୍ଷରୁ କଙ୍ଗନାଙ୍କ ଅଫିସର ଭଙ୍ଗାଯିବା ଘଟଣା ପରେ କଙ୍ଗନା ବେଶ ଚର୍ଚ୍ଚାରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/17-9.jpg)