ରେଲୱେ ବୋର୍ଡ ପରୀକ୍ଷାରେ ଅନିୟମିତତାକୁ ନେଇ ବିହାରରେ ବଢିବାରେ ଲାଗିଛି ଅସନ୍ତୋଷ । ବିହାର ବନ୍ଦ ପାଳନ କଲେ ଉତ୍ୟକ୍ତ ପରୀକ୍ଷାର୍ଥୀ ।
କନକ ବ୍ୟୁରୋ: ଆରଆରବି ଏନଟିପିସି ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଆଶାୟୀ ପ୍ରାର୍ଥୀ ବିହାର ବନ୍ଦ ଡାକରା ଦେଇଛନ୍ତି । ରାଜଧାନୀ ପାଟନା ସମେତ ବୌଶାଲି, ସମସ୍ତିପୁର, ମୁଜଫରପୁର, ଦରଭଙ୍ଗା ଓ ଓøରଙ୍ଗାବାଦରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ । ରେଳ ବିଭାଗ କେବଳ ଏକ ତଦନ୍ତ କମିଟି ଗଠନ କରି ଦୋଷ ତୁଟାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ସେପଟେ ଘଟଣାକୁ ରାଜନୀତିକରଣ କରିବାରେ ଲାଗିଛନ୍ତି ରାଜନୈତିକ ଦଳ । ମଉକାର ଫାଏଦା ଉଠାଇ ଅସନ୍ତୋଷ ପରୀକ୍ଷାର୍ଥୀଙ୍କୁ ସମର୍ଥନ ଜଣାଇ ଏନଟିପିସିକୁ ବିରୋଧ କରିଛନ୍ତି ଆରଜେଡି, କଂଗ୍ରେସ, ଜେଏପି ଭଳି ୬ଟି ରାଜନୈତିକ ଦଳ ।

Kanak News is now on WhatsApp
Join and get latest news updates delivered to you via WhatsApp
ଉଗ୍ରରୁପ ନେବାରେ ଲାଗିଛି ଅସନ୍ତୋଷ ରେଲୱେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ । ରାଜନୈତିକ ଦଳର କର୍ମକର୍ତ୍ତାମାନେ ପରୀକ୍ଷାର୍ଥୀଙ୍କ ସହ ମିଶି ରାଜରାସ୍ତାକୁ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିବା ଜନ ଅଧିକାର ପାର୍ଟିର କର୍ମକର୍ତ୍ତା ମାନେ ଜୋର ଜବରଦସ୍ତ ଦୋକାନ, ବଜାର ମଧ୍ୟ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ସେପଟେ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୁଲିସ ମଧ୍ୟ ପ୍ରୟାସ ଜାରି ରଖିଛି । ସେପଟେ ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଚାରିଆଡୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ବିହାର ବନ୍ଦ ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ରେଲୱେ ପରୀକ୍ଷାରେ ଅନିୟମିତତା ପାଇଁ ବିବାହର ଗତ ୪ ଦିନ ଧରି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ବୁଧବାର ଘଟଣାକୁ ନେଇ ଉତ୍ୟକ୍ତ ଛାତ୍ର ଟ୍ରେନ୍ ବଗିରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୋଲିସ ଓ ପରୀକ୍ଷାର୍ଥୀ ମୁହାଁମୁହିଁ ହୋଇଥିଲେ । ସେପଟେ ପିଲାଙ୍କୁ ଆନ୍ଦୋଳନ ପାଇଁ ଉସକାଇଥିବାରୁ ବିବାହର ଲୋକପ୍ରିୟ ଖାନ୍ ସାର ସମେତ ୬ ଜଣ କୋଚିଂ ଟ୍ୟୁଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାତ୍ର ଖାନ୍ ସାର କହିଛନ୍ତି ସେ ପିଲାଙ୍କୁ ଆନ୍ଦୋଳନ ନ କରିବା ପାଇଁ ଭିଡିଓ ମେସେଜ୍ରେ ଅପିଲ କରିଥିଲେ । ଖାନ ସାର ସମେତ ଅନ୍ୟାନ୍ୟ କୋଚିଂ ଟ୍ୟୁଟରମାନେ ଅପିଲ କରିବାପରେ କିଛି ଛାତ୍ର ମଧ୍ୟ ଅନ୍ଦୋଳନରୁ ଓହରିଛନ୍ତି ।