କନକ ବ୍ୟୁରୋ : ଘରୋଇ କଲେଜ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଦେଉନଥିବାରୁ କଲେଜ ପରିସରରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଷେଣ୍ଡସିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କଲେଜରେ ଯୁକ୍ତ ୨ରେ ପଢୁଥିବା ଛାତ୍ର ଛାତ୍ରୀ କଲେଜର ଅବ୍ୟବସ୍ଥା ପାଇଁ ପାଠପଢା ଠିକ୍ ହେଉ ନଥିବା ଅଭିଯୋଗ ହୋଇଛି ।

Advertisment

ପ୍ରଥମ ବର୍ଷ ପରେ ଦ୍ୱିତୀୟ ବର୍ଷ ପାଠ ଏଠାରେ ନପଢି ଅନ୍ୟ କଲେଜରେ ଆଡମିସନ ହେବାପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ । ମାତ୍ର କଲେଜ କର୍ତ୍ତୃପକ୍ଷ ସାର୍ଟିଫିକେଟ ନଦେବା ପାଇଁ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ । ତେବେ ଆଡମିସନ ସମୟ ସରି ଆସୁଥିବାରୁ ସାର୍ଟିଫିକେଟ ପାଇଁ ଦାବି କରି ପାଟିତୁଣ୍ଡ କରିଥିଲେ । ଯାହା ଫଳରେ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । କଲେଜର ଅଧ୍ୟକ୍ଷ ସାର୍ଟିଫିକେଟ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।