କନକ ବ୍ୟୁରୋ: ଜଣେ ଦଳିତ ସମ୍ପ୍ରଦାୟର ଆଇନଜୀବୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କଳିଙ୍ଗନଗର ଥାନା ଘେରାଉ କରିଛନ୍ତି ଲୋକେ । ଯାଜପୁର କଳିଙ୍ଗନଗର ଥାନା ବାରାଗାଡି଼ଆ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଳିଙ୍ଗନଗର ଥାନା ସମ୍ମୁଖରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଧାରଣ ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି ।

Advertisment

ସୂଚନା ମୁତାବକ, ଗତ କିଛିଦିନ ତଳେ ରାଜନୈତିକ ଉଦେଶ୍ୟ ରଖି ଆଇନଜୀବୀ ପ୍ରହଲ୍ଲାଦ ମଲିକଙ୍କୁ ଗାଁର କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ହେଲେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ହୋଇ ବସି ରହିଛି । ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଛନ୍ତି । ତେଣୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପ୍ରହଲ୍ଲାଦ ଓ ତାଙ୍କ ସମ୍ପର୍କୀୟମାନେ ବାରମ୍ବାର ପୋଲିସ ନିକଟରେ ଦାବି କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ବାଧ୍ୟହୋଇ ବିଭିନ୍ନ ଦଳିତ ସଂଗଠନ ମାନେ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବବୋଲି ଚେତାବନୀ ଦିଆଯାଇଛି ।