ଆସିଲା ଜୁଲାଇ ଗାଇଡଲାଇନ୍ : ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଖୋଲିପାରିବ ଛୋଟ ସେଲୁନ; କେଉଁଠି ବି ଖୋଲିବନି ମଲ, ବିୟୁଟି ପାର୍ଲର, ସ୍ପା

326

କନକ ବ୍ୟୁରୋ : ବଢିଲା ଆଶିଂକ ଲକଡାଉନ୍ । ଜୁଲାଇ ୧୬ ତାରିଖ ଯାଏଁ ବଢିଲା ଲକଡାଉନ୍ । ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦ଟି ଜିଲ୍ଲାକୁ କାଟାଗୋରୀ ଏ । କାଟାଗୋରୀ ବି ରେ ୧୦ଟି ଜିଲ୍ଲାକୁ ବିଭକ୍ତ କରାଯାଇଛି । ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଟାଗୋରୀ ବିରେ ବିଭକ୍ତ କରାଯାଇଛି । ଚଳିତ ବର୍ଷ ଦୋକାନ, ବଜାର ଖୋଲୁଥିବା ବେଳେ ସ୍ପା, ବିୟୁଟି ପାର୍ଲର, ମଲ ଖୋଲିବାକୁ ଅନୁମତି ମିଳିନାହିଁ । କୌଣସି ଜିଲ୍ଲାରେ ମଧ୍ୟ ଖୋଲିପାରିବନି ମଲ, ସ୍ପା ଏବଂ ବିୟୁଟି ପାର୍ଲର । କିନ୍ତୁ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବ।

କାଟାଗୋରୀ ଏରେ ସପ୍ତାହାନ୍ତ ସଟଡାଉନ ହେବନି । ଏବଂ ସାତ ଦିନ ଯାକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ । ମଲ, ସ୍ପା, ପାର୍ଲର ଛାଡିକି ସବୁ ଦୋକାନ ଖୋଲା ରହିବ । ପ୍ରତିଦିନ ସାରା ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । କାଟାଗୋରୀ ବି ସମସ୍ତ ଦୋକାନ ଖୋଲିବ । ମଲ, ସ୍ପା, ବିୟୁଟି ପାର୍ଲର ଛାଡିକି ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ସକାଳ ୬ଟାରୁ ଦିନ ଦୁଇଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି । ମେଡିସିନ ଦୋକାନ ଛାଡିକି ଅନ୍ୟ ସମସ୍ତ ଦୋକାନ ୨ଟା ପରେ ବନ୍ଦ ରହିବ । ଏହି ୧୦ଟି ଜିଲ୍ଲାରେ ଆଉଟଡୋର ଫିଲ୍ମ ସୁଟିଂ ହେବ , ଇନଡୋର ଫିଲ୍ମ ସୁଟିଂ ହେବନି । ସପ୍ତାହାନ୍ତ ହାଟ ଏବଂ ଦୈନିକ ମାର୍କେଟ ବନ୍ଦ ରହିବ । ନିର୍ଦ୍ଧାରିତ ସମୟରେ ଉଠା ଦୋକାନୀ ଖୋଲି ପରିପାରିବେ । ସେମାନେ ଖାଇବା ଜିନିଷ ବିକ୍ରି କରିପାରିବେ । କିନ୍ତୁ ଠିଆ ହେଇ କିମ୍ବା ବସିକି ଖାଇପାରିବେ ନାହିଁ କିନ୍ତୁ ପାର୍ସଲ ନେଇପାରିବେ ।

ବ୍ୟବସାୟ ପ୍ରତିଷ୍ଠାନ ମାଲିକମାନେ ଦୋକାନ ଭିତରେ , ବାହାରେ ଗ୍ରାହକ ଯେପରି ସାମାଜିକ ଦୂରତା ମାନିବେ । କୋଭିଡ୍ ନିୟମ ପାଳନ କରିବେ, ସମସ୍ତେ ମାସ୍କ ପିନ୍ଧିବେ । ସୀମିତ ସଂଖ୍ୟକ ଗ୍ରାହକ ଦୋକାନ ଭିତରକୁ ଯାଇପାରିବେ । ଏଥିପାଇଁ ମାଲିକମାନେ ସେମାନଙ୍କ ଷ୍ଟାଫ କିମ୍ବା ଭଲ୍ୟୁଣ୍ଟରମାନଙ୍କୁ ଏଥିରେ ନିୟୋଜିତ କରିପାରିବେ । ଜିଲ୍ଲାପାଳ ଏବଂ ମ୍ୟୁନିସପାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଅକସ୍ମାତ ଗସ୍ତ କରି ସ୍ଥିତି ତଦାରଖ କରିବେ । ଯେଉଁ ଦୋକାନୀମାନେ କୋଭିଡ୍ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ଦୋକାନ ସିଲ କରିପାରିବେ  । ଏବଂ ଦୋକାନ ସିଲ କରି ଫାଇନ ଆଦାୟ କରିପାରିବେ, କ୍ଲିମିନାଲ କେସ ମଧ୍ୟ ଦାୟର କରିପାରିବେ । ତେଣୁ ଜୀବନ ଏବଂ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।