କନକ ବ୍ୟୁରୋ: କିଛି ଦିନ ହେଲା ସାରା ରାଜ୍ୟରେ ଥଣ୍ଡା ଜ୍ୱରର ପ୍ରକୋପ ଦେଖିବାକୁ ମିଳୁଛି । ଏହାସହ ଜ୍ୱରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଥଣ୍ଡା ଜ୍ୱରରେ ପୀଡିତ ଶିଶୁଙ୍କ ସଂଖ୍ୟା ବଢିଥିବା କହିଛନ୍ତି ଡାକ୍ତର । ବିଶେଷ କରି ଆଡିନୋ-ଭାଇରସର ପ୍ରଭାବରେ ଜର ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ । ଡାକ୍ତରଙ୍କ କହିବା କଥା, କୋଭିଡ ପରେ ଅନେକ ଶିଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ।
ସିଜନାଲ ଫ୍ଲୁ ଭାଇରସ୍ ଯୋଗୁଁ ଜ୍ୱର ହେଉଥିବା କହୁଛନ୍ତି ଶିଶୁରୋଗ ବିଶେଷଜ୍ଞ । ଏହି ଭାଇରସ୍ ଯୋଗୁଁ ପ୍ରତିବର୍ଷ ଏମିତି ଜ୍ୱର ହୋଇଥାଏ, କିନ୍ତୁ ଚଳିତ ବର୍ଷ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଶିଶୁଙ୍କୁ ବିନା ପ୍ରେସକ୍ରିପସନରେ ଔଷଧ ନ ଖୁଆଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଲଗାତର ୩ ଦିନ ଧରି ଜ୍ୱର ନଛାଡିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ବିଶେଷଜ୍ଞ । ରାଜ୍ୟରେ ଥଣ୍ଡା ଜ୍ୱର ସଂକ୍ରମଣ ବଢୁଥିବାରୁ ଫ୍ଲୁ ସର୍ଭିଲାନ୍ସ ଆରମ୍ଭ କରିଛି ଆରଏମ୍ଆର୍ସି । ଫ୍ଲୁ କେତେ ଦିନ ରହୁଛି ଏବଂ କେତେ ପ୍ରଭାବ ପକାଉଛି ଏ ନେଇ ଚାଲିଛି ଗବେଷଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/85715372.webp)