ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି ? ଜାଣିରଖନ୍ତୁ କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ସରଳ କିନ୍ତୁ ପ୍ରଶ୍ନ ଜଟିଳ ।

157

ଆପଣ ମଧ୍ୟ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି? ଯଦି ହଁ ତେବେ ଆପଣଙ୍କୁ ସବୁ ବିଷୟରେ ଜ୍ଞାନ ରହିବା ଆବଶ୍ୟକ । ଏହି ପରୀକ୍ଷାକୁ ଜଟିଳ ପରୀକ୍ଷା ମଧ୍ୟରେ ବିବେଜିତ କରାଯାଏ । ଏହାର ଲିଖିତ ପରୀକ୍ଷା ଯେତେ କଷ୍ଟକର ସାକ୍ଷାତକାର ମଧ୍ୟ ସେତେ କଷ୍ଟକର । ବିଶେଷ କରି ସାକ୍ଷାତକାରରେ ଆପଣଙ୍କ ବିଚକ୍ଷଣ ଜ୍ଞାନ ରହିବା ନିହାତି ଆବଶ୍ୟକ । ଯେଭଳି କମ୍ ସମୟରେ ଆପଣ ଜଟିଳ ପ୍ରଶ୍ନର ଖୁବ୍ ସରଳ ଉତ୍ତର ଦେଇପାରିବେ । ତେବେ ନିମ୍ନରେ ଏଭଳି କିଛି ପ୍ରଶ୍ନ ଏବଂ ଏହାର ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଯାହା ଆପଣଙ୍କ କାମରେ ଆସିପାରେ । ପ୍ରଶ୍ନ : ଯଦି ଆପଣଙ୍କ ଗୋଟିଏ ହାତରେ ୩ ଟି ସେଓ ଓ ୪ ଟି କମଳା ଏବଂ ଅନ୍ୟ ହାତରେ ୪ ଟି ସେଓ ଓ ୩ ଟି କମଳା ରହିଛି,ତେବେ ଆପଣଙ୍କ ପାଖରେ କ’ଣ ଅଛି?
ଉତ୍ତର : ବହୁତ ବଡ ହାତ ।
ପ୍ରଶ୍ନ : ସାକ୍ଷାତକର୍ତ୍ତା ପରୀକ୍ଷାର୍ଥୀଙ୍କ ପାଇଁ ଏକ କପ୍ ଚା ଅର୍ଡର ଦେଲେ ଏବଂ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ କଲେ “ୱାଟ୍ ଇଜ୍ ବିଫୋର୍ ୟୁ” ।
ଉତ୍ତର : ପ୍ରଶ୍ନରେ ପରୀକ୍ଷାର୍ଥୀ ଜଣଙ୍କ କହିଲେ ‘ଟି’ । କାରଣ ଇଂରାଜୀ ଶବ୍ଦ ୟୁ ପୂର୍ବରୁ ଟି ଆସୁଛି ଏବଂ ଏହି ଟ୍ରିକି ପ୍ରଶ୍ନର ଉତ୍ତର ଦେଇ ଜଣେ ପରୀକ୍ଷାର୍ଥୀ ଆଇଏଏସ୍ ପାଇଥିଲେ ।
ପ୍ରଶ୍ନ : ଯଦି ୮ ଜଣ ଲୋକ ଗୋଟିଏ କାନ୍ଥ ତିଆରି କରିବା ପାଇଁ ୧୦ ଘଣ୍ଟାର ସମୟ ନିଅନ୍ତି ତେବେ ୪ ଜଣ ଲୋକଙ୍କୁ ଏହି କାମ କରିବାକୁ କେତେ ସମୟ ଲାଗିବ?
ଉତ୍ତର : କାନ୍ଥ ପୂର୍ବରୁ ହିଁ ତିଆରି ହୋଇଯାଇଛି ତେବେ ଏହା ପୁନଶ୍ଚ ତିଆରି ହେବାକୁ ବେଶି ସମୟ ଲାଗିବ ନାହିଁ ।
ପ୍ରଶ୍ନ : ଗୋଟିଏ ବିଲେଇର ତିନୋଟି ଛୁଆ । ସେମାନଙ୍କ ନାଁ ଜାନୁଆରୀ,ଫେବୃୟାରୀ ଏବଂ ମାର୍ଚ୍ଚ । ତେବେ ସେମାନଙ୍କ ମା’ ନାଁ କ’ଣ?
ଉତ୍ତର : ମା’ ନାଁ ହେଉଛି କ’ଣ । ପ୍ରଶ୍ନ ଭିତରେ ହିଁ ଉତ୍ତର ଅଛି ।
ପ୍ରଶ୍ନ : ଜେମସ୍ ବୋଣ୍ଡଙ୍କୁ ବିନା ପେରାସୁଟରେ ପ୍ଲେନରୁ ବାହାରକୁ ଠେଲି ଦିଆଯାଉଛି । କିନ୍ତୁ ସେ ବଞ୍ଚିବାରେ ସଫଳ ହୋଇଯାଉଛନ୍ତି । କିପରି?
ଉତ୍ତର : ସେତେବେଳେ ପ୍ଲେନ ରନ୍ ୱେରେ ଥିଲା ।
ପ୍ରଶ୍ନ : ନାଗ ପଞ୍ଚମୀର ବିପରୀତ କ’ଣ ହେବ?
ଉତ୍ତର : ନାଗ ମତେ ପଞ୍ଚକରିପାରିବ ନାହିଁ ।