କନକବ୍ୟୁରୋ :ଆସିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ । ନିର୍ବାଚନ ହେବାକୁ ଥିବା ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀଙ୍କ ସତ୍ୟପାଠ ପ୍ରକାଶ କରିଛି ଏଡିଆର । ୩୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ ୨୬ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ୪ ଜଣଙ୍କ ନାମରେ ହତ୍ୟା ମାମଲା ଥିବା ବେଳେ ୨୬ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ୨୮ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ମାମଲାରେ ରହଛି ।

Advertisment

ସେହିପର ସମ୍ପତି ତାଲିକାରେ ୩୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬ ଜଣ ଅର୍ଥାତ ୩୩ ପ୍ରତିଶତ ପ୍ରାର୍ଥୀ କୋଟିପତି ଅଛନ୍ତି । ବିଜେଡିର ଚମ୍ପୁଆ ପ୍ରାର୍ଥୀ ସନା ମହାକୁଡ ସବୁଠୁ ଧନୀ ଅଛନ୍ତି । ତାଙ୍କର ୨୨୭ କୋଟି ୭୬ ଲକ୍ଷ ଟଙ୍କାର ସମ୍ପତି ଅଛି । ସମ୍ପତି ତାଲିକରେ ଦ୍ୱିତୀୟରେ ଅଛନ୍ତି ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ।

ତାଙ୍କର ୧୨୨ କୋଟି ୮୬ ଲକ୍ଷ ସମ୍ପତି ରହିଛି । ୧୨୦ କୋଟି ୫୬ ଲକ୍ଷ ଟଙ୍କା ସହ ତାଲିକାର ତୃତୀୟରେ ଅଛନ୍ତି ନୟାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ । ସବୁଠୁ ଗରିବ ପାର୍ଥୀ ହେଉଛନ୍ତି କଟକ ବଡ଼ମ୍ବାରୁ ସମୃଦ୍ଧ ଓଡ଼ିଶାର ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ । ତାଙ୍କର ମାତ୍ର ଏକ ହଜାର ଟଙ୍କାର ସମ୍ପତି ରହିଛି । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ଆଦୌ ସ୍କୁଲ ଯାଇନଥିବା ବେଳେ ଅନ୍ୟ ଦୁଇ ଜଣ ପଂଚମ ପାସ କରିନାହାଁନ୍ତି । ତେବେ ୪୧ରୁ ୫୦ ବର୍ଷ ମଧ୍ୟରେ ୧୨୯ ଜଣ ପ୍ରାର୍ଥୀ ଅଛନ୍ତି ।