ସାଲେପୁର ହରିପୁରରେ ଅଘଟଣ ! ଘର ଛପର ବେଳେ ଭୁଷୁଡିଲା କାନ୍ଥ, ୨ ମୃତ, ଜଣେ ଗୁରୁତର

18

କନକ ବ୍ୟୁରୋ : କଟକ ସାଲେପୁର ନରଦା ପଂଚାୟତ ହରିପୁର ଗାଁରେ ଅଘଟଣ । ଘର ଛପର ବେଳେ କାନ୍ଥ ଭୁଷୁଡି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛ । ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ନରହରି ସ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ କ୍ଷୀରୋଦ ଚନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଛି । ତେବେ ଏବେ ଗୁରୁତର ଅବସ୍ଥାରେ ନବକିଶୋର ସ୍ୱାଇଁ ଏସସିବିରେ ଚିକିତ୍ସିତ ହେଉଛନ୍ତି ।