କନକ ବ୍ୟୁରୋ : ଆଜି ସ୍ୱର ସାମାଜ୍ଞ୍ରୀ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶ ଶୋକ ପାଳନ କରୁଛନ୍ତି । କେନ୍ଦ୍ର ସରକାର ଲତାଙ୍କ ମୃତ୍ୟୁକୁ ନେଇ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଲତାଙ୍କ ମୃତ୍ୟୁରେ ଶୋକ ବାର୍ତ୍ତା ଦେଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଯାଇ ଲତାଙ୍କ ମରଶରୀରରେ ପୁଷ୍ପଅର୍ପଣ କରିପାରନ୍ତି ବୋଲି କୁହାଯାଉଛି ।
ଏହି କ୍ରମରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଖେଳାଳୀ ଲତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି କି ଏହି ଦିନକୁ ସ୍ମରଣୀୟ କରିବା ଓ ଲତାଙ୍କ ସମ୍ମାନାର୍ଥେ ଆଜି ସମସ୍ତ ଭାରତୀୟ ଖେଳାଳୀ ହାତରେ କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଉହ୍ଲାଇବେ । ଏହାସହ ପଡିଆରେ ଭାରତୀୟ ପତାକା ଅର୍ଦ୍ଧ ନମିତ କରି ରଖାଯିବ ବୋଲି ରାଜୀବ ଶୁକ୍ଳା ଗଣମାଧ୍ୟମକୁ କହିଛନ୍ତି ।
In honour of #LataMangeshkar, our players in the match between India & West Indies at the Narendra Modi Stadium in Ahmedabad today, will wear a black band. The National Flag to fly at half-mast: BCCI vice-president Rajeev Shukla pic.twitter.com/HAgvLnt0Xk
— ANI (@ANI) February 6, 2022
କହିରଖୁ କି ଆଜି ଭାରତୀୟ ଦଳ ବିଶ୍ୱର ପ୍ରଥମ କ୍ରିକେଟ ଟିମ ଭାବେ ପ୍ରଥମେ ୧ ହଜାର ତମ ଏକଦିବସୀୟ କ୍ରିକେଟ ମ୍ୟାଚ ଖେଳିବାକୁ ଯାଉଛି । ଏହି କ୍ରମରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିରୋଧରେ ପଡିଆକୁ ଉହ୍ଲାଇବ ଭାରତୀୟ ଟିମ । ଶେଷ ଖବର ମୁତାବକ ଭାରତୀୟ ଟିମ ଟଚ୍ ଜିତି ପ୍ରଥମେ ଫିଲ୍ଡିଂ କରିବ ବୋଲି ନିଷ୍ପତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2-15.jpg)