ରାଜ୍ୟ ସରକାର ପୁଣି ଥରେ ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି : ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ

Advertisment
ରାଜ୍ୟ ସରକାର ପୁଣି ଥରେ ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି : ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ

କନକ ବ୍ୟୁରୋ : ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାର ପୁଣି ଥରେ ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି । ହୋଟେଲ, ରିୟଲ ଇଷ୍ଟେଟ, ପରିବହନ କ୍ଷେତ୍ର ମାନ୍ଦା ରହିଛି । ଓଡିଶାର ଅଭିବୃଦ୍ଧି ହାର ଜାତୀୟ ହାରରୁ କେମିତି ବଡିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଓଡିଶାରେ ମାତ୍ର ୨୯ ଦଶମିକ ୪ ପ୍ରତିଶତ ଜଳସେଚିତ ହେବା କଥା କୁହାଯାଇଛି । କିନ୍ତୁ ପଂଜାବ ଓ ହରିୟାଣାରେ ୯୮ ପ୍ରତିଶତ ଜମି ଜଳସେଚିତ । ୧୭ ବର୍ଷରେ ରାଜ୍ୟର ସ୍ଥିତି ଏଭଳି କାହିଁକି ରହିଲା ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ୩୭୪ ଆସନରେ ଜିତିବ ବୋଲି ଆକଳନ କରିଥିଲା । ୩୪ଟି ସିଟ ନେଇ ବିଜେପି ଅଦାଲତକୁ ଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe