କନକ ବ୍ୟୁରୋ : ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାର ପୁଣି ଥରେ ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି । ହୋଟେଲ, ରିୟଲ ଇଷ୍ଟେଟ, ପରିବହନ କ୍ଷେତ୍ର ମାନ୍ଦା ରହିଛି । ଓଡିଶାର ଅଭିବୃଦ୍ଧି ହାର ଜାତୀୟ ହାରରୁ କେମିତି ବଡିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଓଡିଶାରେ ମାତ୍ର ୨୯ ଦଶମିକ ୪ ପ୍ରତିଶତ ଜଳସେଚିତ ହେବା କଥା କୁହାଯାଇଛି । କିନ୍ତୁ ପଂଜାବ ଓ ହରିୟାଣାରେ ୯୮ ପ୍ରତିଶତ ଜମି ଜଳସେଚିତ । ୧୭ ବର୍ଷରେ ରାଜ୍ୟର ସ୍ଥିତି ଏଭଳି କାହିଁକି ରହିଲା ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ୩୭୪ ଆସନରେ ଜିତିବ ବୋଲି ଆକଳନ କରିଥିଲା । ୩୪ଟି ସିଟ ନେଇ ବିଜେପି ଅଦାଲତକୁ ଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-26-14h19m47s306.png)