କନକ ବ୍ୟୁରୋ: ପୌର ନିର୍ବାଚନ ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଛି ଆମ କ୍ଲିନିକ୍ ସେବା । ଏହି ଯୋଜନା ଅନୁଯାୟୀ ବିଏମସି ହସ୍ପିଟାଲରେ କେଉଁ ଡାକ୍ତର କେତେବେଳେ ସେବା ଯୋଗାଇବେ ଜାରି ହେଉଛି ତାଲିକା । ତେବେ ବିରୋଧୀ ଏପରି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଗକୁ ପୌର ନିର୍ବାଚନ ରହିଛି । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜ୍ୟ ସରକାର ଏପରି ଯୋଜନା କରିଛନ୍ତି ।

କିନ୍ତୁ ଏହି ରାଜ୍ୟ ସରକାରଙ୍କର ପିଠା ପରି ଯୋଜନା ମଧ୍ୟ ଫେଲ୍ ମାରିଛି । ତେଣୁ ନିର୍ବାଚନ ବେଳେ ଲୋକଙ୍କୁ ଭୋକୁଆ ବନାଇବାକୁ ଯାଇ ରାଜ୍ୟ ସରକାର ଏପରି ଯୋଜନା କରିଛନ୍ତି ବୋଲି ବିଜେପି ନେତା ବାବୁ ସିଂ କହିଛନ୍ତି । ସେହିପରି କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କହିଛନ୍ତି ଦିଲ୍ଲୀର ମହଲା କ୍ଲିନିକକୁ କପି କରି ରାଜ୍ୟ ସରକାର ଆମ କ୍ଲିନିକ୍ ଯୋଜନା କରିଛନ୍ତି । ତେବେ ଆମ କ୍ଲିନିକ୍ ଲୋକଙ୍କ ସୁବିଧା ପାଇଁ ହୋଇଛି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଓଡିଶା ସରକାର କୌଣସି ରାଜ୍ୟର ଯୋଜନାକୁ କପି କରନ୍ତିନି ବରଂ ଅନ୍ୟମାନେ ଆମ ସରକାରର ଯୋଜନାକୁ କପି କରନ୍ତି ବୋଲି ବିଜେଡି ନେତା ତଥା ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।