ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ପରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଅନଶନ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଷ୍ଟାଇପେଣ୍ଡ ବଢ଼ାଇବାକୁ ଦାବି, ନିଦାବିଷ୍ଣୁ ପଶୁ ସମ୍ପଦ ବିଭାଗ

34

କନକ ବ୍ୟୁରୋ : ଆନ୍ଦୋଳନରେ ପ୍ରାଣୀ ଚିକିତ୍ସିକ । ରୋଗରେ ଷଢୁଛନ୍ତି ପଶୁ ପକ୍ଷୀ । ରାଜ୍ୟର ପଶୁ ଡାକ୍ତରମାନେ ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ପୋଷା କୁକୁର ଅସୁସ୍ଥ ହେବାରୁ ଚିିକିତ୍ସା ପାଇଁ ଆସିଥିଲେ ଭୁବନେଶ୍ୱର ବରମୁଣ୍ଡା ଅଂଚଳର କ୍ୟାପଟେନ ଦୁଃଶାସନ ବେହେରା । ଚିକିତ୍ସା ପାଇଁ କେହି ନାହାନ୍ତି । ଗେଟରେ ପଡିଛି ତାଲା । ଧାରଣାରେ ବସିଛନ୍ତି ଛାତ୍ରାଛାତ୍ରୀ । ଆଉ ନିରାଶ ହୋଇ ପୋଷା କୁକୁର ଚିକିତ୍ସା ନକରିପାରି ଫେରିଯାଇଛନ୍ତି ଦୁଃଶାସନ ।

ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୧ ଦିନ ଧରି ଓୟୁଏଟିର ଛାତ୍ରଛାତ୍ରୀ ଅନଶନରେ ବସିଛନ୍ତି । ବୁଧବାରଠାରୁ ଆମରଣ ଅନଶନ ବି ଆରମ୍ଭ ହୋଇଛି । କିନ୍ତୁ ଏହି ଦାବି ପ୍ରତି ପ୍ରଶାସନ ଯେମିତି ଆଖିବୁଜିଦେଇଛି । ଆଉ ଆନ୍ଦୋଳନ ଯୋଗୁଁ ପଶପକ୍ଷୀଙ୍କ ଚିକିତ୍ସା ଠପ୍ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଷ୍ଟାଇପେଣ୍ଡ ବଢାଇବା ଦାବିରେ ଅନଶନରେ ବସିଛନ୍ତି ପଶୁ ଚିକିତ୍ସା ଓ ପଶୁ ପାଳନ କଲେଜର ଶତାଧିକ ଛାତ୍ରଛାତ୍ରୀ । ଆଉ ଆନ୍ଦୋଳନ ନେଇ ପ୍ରମୁଖ ଶାସନ ସଚିବ ଖାମଖିଆଲ ଉତର ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ର ।

ଛାତ୍ରଛାତ୍ରୀଙ୍କ ଦାବି ନେଇ ଆଲୋଚନା ବିଫଳ ହୋଇଛି । କିନ୍ତୁ ଫଳ ଭୋଗୁଛନ୍ତି ସାଧାରଣ ଲୋକ ଓ ଗୃହପାଳିତ ପଶୁପକ୍ଷୀ । ପଶୁପକ୍ଷୀ କଥା କହିପାରୁନଥିବାରୁ ସେମାନଙ୍କ ସମସ୍ୟା ସରକାରଙ୍କ କାନରେ ପଡିପାରୁନାହିଁ । ତେଣୁ ପଶୁପକ୍ଷୀଙ୍କ ପାଇଁ ଲଢୁଥିବା ଛାତ୍ରଛାତ୍ରୀଙ୍କ ଦାବି ପ୍ରତି ବି କାହାର ନଜର ନାହିଁ ।