କନକ ବ୍ୟୁରୋ : ରାଜଧାନୀରେ ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ନଦେବାରୁ ମୋମୋ ଦୋକାନୀକୁ ନିସ୍ତୁକ ମାଡ ମାରିଲେ ଓୟୁଏଟିର ଭେଟେନାରୀ ବିଭାଗ ଛାତ୍ର । ରାସ୍ତାକଡ ମୋମୋ ଦୋକାନୀଙ୍କୁ ରାସ୍ତାରେ ଗଡାଇ ତଡାଇ ମାଡ ମାରିଲେ ଓୟୁଏଟି ଛାତ୍ର । ସଂଘବଦ୍ଧ ଆକ୍ରମଣ କରି ଛାତ୍ରମାନେ ମୋମୋ ଦୋକାନୀଙ୍କ ମୁଣ୍ଡ ଫଟାଇଦେଲେ । ମୋମୋ ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏତିକିରେ ରାଗ ଶାନ୍ତ ନହେବାରୁ ଦୋକାନୀକୁ ରାସ୍ତାରୁ ଘୋଷାରି ନେଇ ହଷ୍ଟେଲରେ ତାଲା ପକାଇ ରଖିଥିଲେ । ଖବର ପାଇ ପୋଲିସ ହଷ୍ଟେଲରୁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ଅଭିଯୋଗ ଅନୁସାରେ ବାର୍ଷିକ ଉତ୍ସବ ପାଇଁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ୧୨ଶହ ଟଙ୍କା ଚାନ୍ଦା ମାଗିଥିଲେ ଛାତ୍ରମାନେ । ହେଲେ ଦୋକାନୀ ମାତ୍ର ୨ ଶହ ଟଙ୍କା ଦେବାରୁ ଛାତ୍ରମାନେ ରାଗିଯାଇଥିଲେ । ଏହାକୁ ନେଇ କଥା କଟାକଟି ହେବାରୁ ଉତେଜନା ବଢିଥିବା ଓ ଛାତ୍ରମାନେ ଦୋକାନୀକୁ ସଂଘବଦ୍ଧ ଆକ୍ରମଣ କରିଥିବା ସୂଚନା ରହିଛି
ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ
/kanak/media/post_attachments/wp-content/uploads/2023/12/30-15.jpg)