କନକ ବ୍ୟୁରୋ: ଓୟୁଏଟି ଭେଟେନାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆମରଣ ଅନଶନ କରୁଛନ୍ତି ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, ଷ୍ଟାଇପେଣ୍ଡ ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ସେମାନେ ଆନ୍ଦୋଳନ କରୁଛନ୍ତି ।
୧୧ ଦିନ ହେଲା ଆନ୍ଦୋଳନ ଜାରି ରହିଥିବା ବେଳେ ଗୃହପାଳିତ ପଶୁ ରଖିଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ବନ୍ଦ ଥିବାରୁ ଲୋକ ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି । ସେପଟେ ରାଜ୍ୟର ଏକମାତ୍ର ଭେଟନାରୀ ମହାବିଦ୍ୟାଳୟ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି । ସେମାନଙ୍କ ଦାବୀ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଚାଲିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/30-6.jpg)