୧୯ ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା : ଓଡିଶା ଫରେଷ୍ଟ ସର୍ଭିସରେ ସର୍ବନିମ୍ନ ଯୋଗ୍ୟତା ବିଏସସି ଫରେଷ୍ଟ୍ରି ପାଇଁ ଦାବି

185

କନକ ବ୍ୟୁରୋ : ଲୋୟର ପିଏମଜିରେ ଫରେଷ୍ଟ୍ରି କଲେଜ ଛାତ୍ରଛାତ୍ରୀଙ୍କ ଧାରଣା । ୧୮ ଦିନ ହେଲା ଓୟୁଏଟିରେ ଧାରଣା ଦେଉଥିଲେ ଛାତ୍ରଛାତ୍ରୀ । ଦାବି ପୁରଣ ନହେବାରୁ ଆଜି ପିଏମଜିରେ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ । ଫରେଷ୍ଟ୍ରି ଡ଼ିପାର୍ଟମେଂଟରେ ଯେତେ ଚାକିରୀ ବାହାରୁଛି ସେଥିରେ ଫରେଷ୍ଟ୍ରି ପିଲାମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚାରିବର୍ଷ ଧରି ଡ଼ିଗ୍ରୀ କୋର୍ସ କରିବା ପରେ ମଧ୍ୟ ଓଡ଼ିଶା ଫରେଷ୍ଟ ସର୍ଭିସରେ ଯେଉଁ ରେଂଜର ଓ ଆସିଷ୍ଟାଂଟ ପଦବୀ ବାହାରୁଛି ସେଥିରେ ଫରେଷ୍ଟ୍ରି ପିଲାଙ୍କୁ ସୁଯୋଗ ଦିଆଯାଉନାହିଁ । ତେଣୁ ଫରେଷ୍ଟ୍ରି ପିଲାଙ୍କୁ ନିଯୁକ୍ତି ସୁଯୋଗ ଦାବିରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ ।