କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଂଚଲ୍ୟ । ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ଓୟୁଏଟିର ମହିଳା ସହକାରୀ ପ୍ରଫେସର । ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ସହକାରୀ ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଅଛନ୍ତି ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି ।

Advertisment

କିନ୍ତୁ ବିଳମ୍ବିତ ରାତିରେ ବେକରେ ଏକ ଲୁଗା ଲଗାଇ ବାସନ୍ତୀ ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ଯୋଗଁ ସେ ଏମିତି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ଏହା ପଛରେ ପାରିବାରିକ ଅଶାନ୍ତି କାରଣ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଦୁହେଁ ପ୍ରେମ ବିବାହ କରିଥିଲେ । ସେପଟେ, ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି, ମୋ ନାଁରେ ଆସୁଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଛ । ମୋର କୌଣସି ଅନୈତିକ ସମ୍ପର୍କ ନାହିଁ, ପୁଅକୁ ନେଇ ସେ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ । ସେଥିପାଇଁ ଏପରି କରିଥାଇପାରନ୍ତି ।

ତେବେ ପୁଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ପ୍ରାଥମିକ ଅନୁସନ୍ଧାନ ପରେ ଶବବ୍ୟବଛେଦ କରାଯିବ । ଏହି ଖବର ଜଣାପଡିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଁଚିଥିଲେ ।