ଓଟିଭି ପ୍ରତିନିଧିଙ୍କ ଅକାଳ ବିୟୋଗ । ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ସହ ବୋଟରେ ଯାଇ ହରାଇଲେ ଜୀବନ

1,723

କନକ ବ୍ୟୁରୋ: ଓଡିଶା ଟିଭିର ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ ଘଟିଛି । ଓଡ୍ରାଫ୍ ଟିମ୍ ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ଏନେଇ ଏସସିବି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ମୁଣ୍ଡଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ ଟିମର ବୋଟ ପାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ । ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅରନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର କରାଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।